pakka

ପାଟଣାଗଡ଼ ବିଜେପି ପକ୍ଷରୁ ଥାନାରେ ଦାବୀପତ୍ର ପ୍ରଦାନ

bbehera

ପାଟଣାଗଡ, (ସଦାଶିବ ସରାଫ୍‌) : ଆଜି ପାଟଣାଗଡ଼ ବିଜେପିର ଏକ ପ୍ରତିନିଧି ଦଳ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ସୁଶାନ୍ତ କୁମାର ଦାସଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରାରେ ଥାନାକୁ ଆସି ଏକ ଦାବୀପତ୍ର ପ୍ରଦାନ କରିଛନ୍ତି । ବିଜେପି ପକ୍ଷରୁ କୁହାଯାଇଛି ଯେ, ଗତ ୨୮ ତାରିଖରେ ବିଜେପି ଯୁବମୋର୍ଚ୍ଚା ତରଫରୁ ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ପ୍ରତିବାଦରେ ବିଧାନସଭା ଘେରାଉ କରାଯାଇଥିବା ବେଳେ ଭୁବନେଶ୍ୱର ସ୍ଥିତ ମାଷ୍ଟର କେଣ୍ଟିନ ଛକରୁ ପିଏମ୍‌ଜି ଛକ ପର୍ଯ୍ୟନ୍ତ ଯିବା ସମୟରେ ପୋଲିସ ପକ୍ଷରୁ ଅତର୍କିତ ଓ ମରଣାନ୍ତକ ଆକ୍ରମଣ କରାଯାଇଥିଲା । ପୋଲିସ ଆକ୍ରମଣରେ ଶତାଧିକ ପୁରୁଷ ଓ ମହିଳା କାର୍ଯ୍ୟକର୍ତା ଗୁରୁତର ଅବସ୍ଥାରେ ଆହତ ହୋଇ ବର୍ତ୍ତମାନ ଚିକିତ୍ସାଧୀନ ରହିଛନ୍ତି । ରାତି ଅଧିଆ ବିଜେପିର ଯୁବମୋର୍ଚା ରାଜ୍ୟ ସଭାପତି ଇରାଶିଷ ଆଚାର୍ଯ୍ୟଙ୍କ ସମେତ ବହୁ କର୍ମ୍ମୀଙ୍କୁ ଗିରଫ କରି ଜେଲ ହାଜତକୁ ପଠାଇ ଦିଆଯାଇଥିଲା । ଏହି ଘଟଣାର ପ୍ରତିବାଦ କରି ଆଜି ପାଟଣାଗଡ଼ ବିଜେପିର ଏକ ପ୍ରତିନିଧିମାନେ ଦାବୀପତ୍ର ପ୍ରଦାନ କରିଛନ୍ତି । ଦାବୀପତ୍ର ପ୍ରଦାନ ସମୟରେ ସନ୍ତୋଷ କୁମାର ମେହେର, ସାଂସଦଙ୍କ ଏନ୍‌ଏସି ପ୍ରତିନିଧି ମାଣିକ ସାହୁ, ଭଜ ଦୀପ, ବିଶ୍ୱ ହୋତା, ଗଙ୍ଗେ ବେହେରା, ଅଜିତ ଭାଟି, ବୁଡୁ ଶବର, ନନ୍ଦନ ଠାକୁର, ଲକ୍ଷଣ ବୁଡ଼େକ, ସୁରୁ କଠାର, ମଣ୍ଟୁ ଯୋଶୀ, ରିଙ୍କୁ ପୁରୋହିତ, ରୁଦ୍ରମଣି ସିଂ ବାବୁଙ୍କ ସହ ବହୁ ବିଜେପି କର୍ମୀ ଅଂଶ ଗ୍ରହଣ କରିଥିଲେ । ବେଲପଡାରେ ମଧ୍ୟ ପ୍ରଶାନ୍ତ ଦାସଙ୍କ ନେତୃତ୍ୱରେ ପରମା ବେହେରା, ଦୁଇ ବିଜେପିର ଜିଲ୍ଲା ପରିଷଦ ସଭ୍ୟା ଅନିମା ଦାସ ଓ ଶବ୍ଦ ମିର୍ଧାଙ୍କ ସହ ଶତାଧିକ ବିଜେପି କର୍ମ୍ମୀ ଯୋଗ ଦେଇଥିଲେ ।

Leave A Reply

Your email address will not be published.

2 × 2 =