pakka

ଆଜିଠାରୁ ଆରମ୍ଭ ହେବ ବୁବେଲଠାରେ ଦୋଳ ମହୋତ୍ସବ ଓ କଂସ ଦରବାର

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁତଲା ବ୍ଲକ ବୁବେଲଠାରେ ଆଜିଠାରୁ ୭୬ତମ ଦୋଳ ମହୋତ୍ସବ ଆରମ୍ଭ ହେବ । ଏ ଅବସରରେ ୩ ତାରିଖରୁ ୭ ତାରିଖ ଯାଏଁ ପ୍ରତିଦିନ ସଂନ୍ଧ୍ୟାରେ କଂସ ରାଜ ଦରବାର ବସିବ । କଂସରାଜଙ୍କ ଦରବାରରେ ପ୍ରଥମ ଦିନରେ ମୁଖ୍ୟ ଅତିଥି ଭାବରେ କଂଗ୍ରେସ ବିଧାୟକ ଦଳ ନେତା ତଥା ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଓ ସମ୍ମାନିତ ଅତିଥି ସ୍ମାରକ ମିଶ୍ର, ସଭାପତି ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ବଲାଙ୍ଗିର, ଜିଲ୍ଲା କଂଗ୍ରେସ କୃଷକ ମୋର୍ଚ୍ଚା ସଭାପତି ସାନନ୍ଦ କୁମାର ମିଶ୍ର ଓ ବୁବେଲ ପଞ୍ଚାୟତ ସରପଞ୍ଚ ସବିତା ମିଶ୍ର ଉପସ୍ଥିତ ରହିବେ । ଦ୍ବିତୀୟ ସଂନ୍ଧ୍ୟା (ତା୪-୩-୨୩)ରେ ମୁଖ୍ୟ ଅତିଥି ରାଜ୍ୟ ସଭା ସାଂସଦ ନିରଞ୍ଜନ ବିଶି ସମ୍ମାନିତ ଅତିଥି ପୁଇଁତଲା ପଞ୍ଚାୟତ ସମିତି ଅଧ୍ୟକ୍ଷ ସରୋଜ ପଧାନ ଓ ୧୯ ନମ୍ବର ଜୋନ ଜିଲ୍ଲାପରିଷଦ ଅଧ୍ୟକ୍ଷ କୁମରମଣି ସେଠ, ପ୍ରଫୁଲ୍ଲ ତୁମନିଆ ମେନେଜର ନ୍ୟୁ ଇଣ୍ଡିଆ ଏସୁରେନ୍ସ ତଥା ସଂପାଦକ ବଲାଙ୍ଗିର ଆଦିବାସୀ ସଂଘ ଉପସ୍ଥିତ ରହିବେ । ୩ୟ ସଂନ୍ଧ୍ୟାରେ ମୁଖ୍ୟ ଅତିଥି ବଲାଙ୍ଗିର ପୌରାଧକ୍ଷା ଲିକା ସାହୁ ଓ ନିହାର ରଞ୍ଜନ ବେହେରା, ବିଜେଡି ରାଜ୍ୟ ପରିଷଦ ସଦସ୍ୟ ଓ ଯୁବ ସମାଜସେବୀ ସିଦ୍ଧାର୍ଥ ମିଶ୍ର କଂସଙ୍କ ଦରବାରରେ ଉପସ୍ଥିତ ରହିବେ । ୪ର୍ଥ ଦିନ ଦରବାରେ ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଜିଲ୍ଲା ପରିଷଦ ଜୋନ ୧୭ ସଦସ୍ୟ ଶିବଦତ୍ତ ମିଶ୍ର, ଲୋକସଭା ସାଂସଦ ସଙ୍ଗୀତା କୁମାରୀ ସିଂହଦେଓଙ୍କ ନୋମିନି ବିଜେପି ନେତା ରାଜ କିଶୋର ନାଏକ ଉପସ୍ଥିତ ରହିବେ । ଦରବାର କାର୍ଯ୍ୟକ୍ରମର ଶେଷ ସଂନ୍ଧ୍ୟାରେ ପରିବହନ, ଜଳସେଚନ ମନ୍ତୀ ଟୁକୁନୀ ସାହୁ ଓ ଯୁବ ବିଜେଡି ନେତା ସଞ୍ଜିବ ସେଠ୍ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିବା ସ୍ବୀକୃତି ଦେଇଥିବା ଆୟୋଜକ କମିଟି ତରଫରୁ ଟିକେଶ୍ବର ସାଏ ସୂଚନା ଦେଇଛନ୍ତି । କଂସ ରାଜ ଦରବାରରେ ପ୍ରସିଦ୍ଧ କଳାକାର ଅନିଲ କୁମାର ସାଏ ଓ ତାଙ୍କ ଦଳ ୧ମ ସଂନ୍ଧ୍ୟାରେ ଉଗ୍ରସେନ ରାଜ ଦରବାର, ଦେବକୀ ବସୁଦେବ ବିବାହ ଏବଂ କଂସ ସିଂହାସନ ଆରୋହଣ, ୨ୟ ସଂନ୍ଧ୍ୟାରେ କଂସ ରାଜ ଦରବାର ଓ ଶ୍ରୀକୃଷ୍ଣ ଜନ୍ମ ପରିବେଷଣ କରିବେ । ସେହିପରି ପ୍ରତିଦିନ ସଂନ୍ଧ୍ୟାରେ ଦରବାର ଓ ସୂଚନା ପ୍ରେରଣ, ରଙ୍ଗସଭା, ଅକୃର ଗମନ, କୃଷ୍ଣ ବଳରାମଙ୍କ ମଥୁରା ଆଗମନ ଓ କଂସବଦ୍ଧ ପର୍ଯ୍ୟାୟ କ୍ରମେ ପରିବେଷିତ ହେବ । ୮ ତାରିଖରେ ହରିହର ଭେଟ, ରଙ୍ଗଖେଳ ସହ ଉଦ୍‌ଯାପନୀ ଉତ୍ସବ ଅନୁଷ୍ଠିତ ହେବ ବୋଲି ତୀର୍ଥ ନାଗ, ରଙ୍ଗାଧର ନାଏକ ଓ ଅନ୍ୟମାନେ ପ୍ରକାଶ କରି ଉତ୍ସବରେ ସାମିଲ ହେବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।

Leave A Reply

Your email address will not be published.

eleven + six =