pakka

ୟଙ୍ଗ ଷ୍ଟାର କ୍ଲବ ଦ୍ୱାରା ବିଶ୍ୱ ବନ୍ୟଜନ୍ତୁ ସଂରକ୍ଷଣ ଦିବସ ପାଳିତ

bbehera

ଭବାନୀପାଟଣା, (ପି.କେ.ସାହୁ) : ୟଙ୍ଗ ଷ୍ଟାର କ୍ଲବ ତିଳଯୋଡି ଯୁବ ସଂଗଠନ ତରଫରୁ ତିଳଯୋଡିଠାରେ ଥିବା ଫରେଷ୍ଟ କ୍ଵାଟର୍‌ରେ ବିଶ୍ୱ ବନ୍ୟଜନ୍ତୁ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଯୁବକ ଯୁବତୀମାନେ ଗାଁରେ ଏକ ପରିକ୍ରମା କରିଥିଲେ । ଲୋକମାନଙ୍କୁ ଲିଫ୍ଟଲେଟ ଦେଇ ବନ୍ୟଜନ୍ତୁଙ୍କୁ ନମାରି ସେମାନଙ୍କୁ ସୁରକ୍ଷା ଦେବାକୁ ଲୋକଙ୍କୁ ବୁଝାଇ ଥିଲେ । ଯଦି ଜଙ୍ଗଲରେ କେହି ଶିକାରୀ ବନ୍ୟଜନ୍ତୁଙ୍କୁ ଶିକାର କରିବା ଦେଖନ୍ତି ତେବେ ଫରେଷ୍ଟରଙ୍କୁ ତୁରନ୍ତ ଜଣାଇବା ପାଇଁ କହିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ସଭାପତି ଜୁଲି ଯୋଶୀ, ଉପସଭାପତି ନିରୁପମା ଦୁର୍ଗା, ସମ୍ପାଦକ ଯଶୋବନ୍ତ ରଣା ଉପସ୍ଥିତ ରହି ଉପସ୍ଥିତ ଯୁବକ ଯୁବତୀମାନଙ୍କୁ ଜଙ୍ଗଲ ସୁରକ୍ଷା ସହ ବନ୍ୟଜନ୍ତୁଙ୍କ ସୁରକ୍ଷା ଉପରେ ଆଲୋକପାତ କରିଥିଲେ । ଗାଁରେ ଥିବା ବ୍ରାହ୍ମଣୀ ଜଙ୍ଗଲର ସୁରକ୍ଷା ନିମନ୍ତେ ଯୁବପିଢ଼ି ଆଗେଇ ଆସିବା ପାଇଁ ସଭାପତି ସମସ୍ତଙ୍କୁ କହିଥିଲେ । ସଭାକାର୍ଯ୍ୟକୁ ସହ ସମ୍ପାଦକ ତୋଫାନ ମାଝୀ ପରିଚାଳନା କରିଥିଲେ । ଏଥିରେ ଅଞ୍ଜଳି ମାଝୀ, ନମିତା ମାଝୀ, ସସ୍ମିତା ଯୋଶୀ, କ୍ଷମା ଶବର, ରାଜୁ ଯୋଶୀ, ମହେନ୍ଦ୍ର ନାଏକ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.

2 × three =