pakka

ଫଟାମୁଣ୍ଡାରେ ବନ ବିଭାଗର ଚଢ଼ାଉ : ଅସ୍ଥାୟୀ କରତ କଳ ସାଙ୍ଗକୁ ଲକ୍ଷାଧିକ ଟଙ୍କାର କାଠପଟା ଜବତ

bbehera

ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଙ୍ଗିର ଡିଏଫ୍‌ଓ ନୀତିଶ କୁମାରଙ୍କ ନିର୍ଦ୍ଦେଶ କ୍ରମେ ବଲାଙ୍ଗିର, ଲୋଇସିଂହା ଓ ଦେଓଗାଁ ରେଞ୍ଜ ବନବିଭାଗ ମିଳିତ ଭାବେ ଆଗଲପୁର ବ୍ଲକ ଅନ୍ତର୍ଗତ ଫଟାମୁଣ୍ଡା ଗାଁରେ ଗୁରୁବାର ରାତିରେ ଚଢ଼ାଉ କରି ଟ୍ରାକ୍ଟର ଦ୍ୱାରା ଚାଲୁଥିବା ଏକ ଅସ୍ଥାୟୀ କରତ କଳ ସାଙ୍ଗକୁ ଲକ୍ଷାଧିକ ଟଙ୍କାର ଗମ୍ଭାରୀ, ନିମ୍ବ ଓ ସେମେଲ କାଠପଟା ଜବତ କରିଛନ୍ତି । ଏଥିସହିତ କରତ କଳ ଯନ୍ତ୍ରାଂଶ ମଧ୍ୟ ଜବତ କରିଥିବା ଜଣାଯାଇଛି । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ସାରଥୀ ସାହୁ ଓ ତାଙ୍କ ଚାରିଜଣ ସହଯୋଗୀଙ୍କୁ ବନ ବିଭାଗ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଛି ।

Leave A Reply

Your email address will not be published.

20 − 8 =