jsm

ଏକ୍ସ କ୍ୟାଡ଼ର ପ୍ରାଥମିକ ଶିକ୍ଷକଙ୍କ ୮ ଦଫା ଦାବୀପତ୍ର ପ୍ରଦାନ

csstore

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକରେ କାର୍ଯ୍ୟରତ ପ୍ରାଥମିକ ଶିକ୍ଷକ(ଏକ୍ସ କ୍ୟାଡ଼ର) ମହାସଂଘ ତରଫରୁ ଏକ ୮ ଦଫା ଦାବୀପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି । ଦାବୀ ସମୂହ ହେଲା ଓଟିଇଟି ଉଚ୍ଛେଦ କରି ସମସ୍ତ ଯୋଗ୍ୟ ଗଣ ଶିକ୍ଷକଙ୍କୁ ନିୟମିତ କରାଯାଉ ଓ ଅବଶିଷ୍ଟ ଗଣ ଶିକ୍ଷକଙ୍କ ଦରମା ବୃଦ୍ଧି କରାଯାଉ, ସମସ୍ତ ଏକ୍ସ କ୍ୟାଡ଼ର ଶିକ୍ଷକଙ୍କୁ ୨୦୨୦ରୁ ବନ୍ଦ ଥିବା ଇନକ୍ରିମେଣ୍ଟ ପ୍ରଦାନ, ଦରମା ଟ୍ରେଜେରି ମାଧ୍ୟମରେ ପ୍ରଦାନ, ମ୍ୟାଚିଂ ଗ୍ରାଣ୍ଟ ପଦାନ, ଏରିଅରରୁ ବଂଚିତ ଶିକ୍ଷକଙ୍କୁ ସେମାନଙ୍କ ପ୍ରାପ୍ୟ ପ୍ରଦାନ, ଏକ୍ସ କ୍ୟାଡ଼ର ଶିକ୍ଷକଙ୍କୁ ଫେଷ୍ଟିଭାଲ ଆଡ଼ଭାନ୍ସ, ମେଡ଼ିକାଲ ଖର୍ଚ୍ଚ ଭଳି ଅନ୍ୟାନ୍ୟ ପ୍ରାପ୍ୟ ପ୍ରଦାନ କରାଯାଉ ବୋଲି ଦାବୀ କରିଛନ୍ତି । ଏକ ଶୋଭାଯାତ୍ରାରେ ଶରତଚନ୍ଦ୍ର ନାୟକ, ସୁବ୍ରତ ଦଣ୍ଡସେନା, ପ୍ରଶାନ୍ତ ଖମାରୀ, ଗଗାଧର ସାହୁ ଓ ବିଜୟ କୁମାର ସାହୁଙ୍କ ନେତୃତ୍ୱରେ ଶିକ୍ଷକମାନେ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇ ବିଇଓଙ୍କୁ ଏହି ଦାବୀପତ୍ର ପ୍ରଦାନ କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ସଂପାଦକ ଭଗବାନ ବାଗ, କୋଷାଧ୍ୟକ୍ଷ ନୀଳାମ୍ବର ସାହୁ, ମିଡ଼ିଆ ସଂଯୋଜକ ବନମାଳୀ ମହାକୁଡ଼ ପରିଚାଳନା କରିଥିଲେ ।

yuvodaya
Leave A Reply

Your email address will not be published.