pakka

ବ୍ଲକ ସହକାରୀ ଶିକ୍ଷକ ଏକ୍ସ କ୍ୟାଡ଼ର ମହାସଂଘ ତରଫରୁ ଦାବୀପତ୍ର ପ୍ରଦାନ

kalikesh

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଅପରାହ୍ନ ୪.୩୦ରେ ବ୍ଲକ ସହକାରୀ ଶିକ୍ଷକ ଏକ୍ସ କ୍ୟାଡ଼ର ମହାସଂଘ ପୁଇଁତଲା, ବଲାଙ୍ଗିର ତରଫରୁ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ୮ ଦଫା ସମ୍ବିଳିତ ଦାବୀପତ୍ର ପ୍ରଦାନ କରାଯାଇଛି । ଯୋଗ୍ୟ ଗଣ ଶିକ୍ଷକଙ୍କୁ ନିୟମିତ କରିବା, ଏକ୍ସ କ୍ୟାଡ଼ର ଉଚ୍ଛେଦ କରି ଏଲିମେନ୍‌ଟାରି କ୍ୟାଡ଼ର ଭୁକ୍ତ କରିବା, ସମସ୍ତ ଏକ୍ସ କ୍ୟାଡ଼ର ଶିକ୍ଷକଙ୍କୁ ୩୧.୦୩.୧୯ ଠାରୁ ବାର୍ଷିକ ଇନକ୍ରିମେଣ୍ଟ ପ୍ରଦାନ କରିବା, ଟ୍ରେଜେରୀ ମାଧ୍ୟମରେ ଦରମା ପ୍ରଦାନ, ଏନ୍‌ପିଏସ୍‌ କର୍ତ୍ତନ କରିବା । ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଏକ ରାଲିରେ ପୁଇଁତଲା ହାଇସ୍କୁଲ ଠାରୁ ବାହାରି ଗୋଷ୍ଠୀ ଶିକ୍ଷା ଅଧିକାରୀ ପୁଇଁତଲାଙ୍କ କାର୍ଯ୍ୟାଳୟରେ ପହଂଚି ଥିଲା । ବ୍ଲକ ଶିକ୍ଷା ଅଧିକାରୀଙ୍କ ତରଫରୁ ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ଗୋପାଳ ବୁଡ଼େକ ଦାବୀପତ୍ର ଗ୍ରହଣ କରିଥିଲେ । ଉକ୍ତ ରାଲିରେ ବ୍ଲକ ସଭାପତି ତରଣୀସେନ ପଧାନ, ସମ୍ପାଦକ ଲୀଳମୟ ମହାକୁର, ଉପସଭାପତି ଉକାଳୁ ସା, ନାରାୟଣ କମ୍ପ, ଏଡ୍‌ଭାଇଜର ନୀଳମଣି ପଣ୍ଡା, ସୂର୍ଯ୍ୟମଣି ସୁନାଙ୍କ ସହ ଶତାଧିକ ଶିକ୍ଷକ ଉପସ୍ଥିତ ଥିଲେ ।

pp
Leave A Reply

Your email address will not be published.

5 + 15 =