pakka

ଦାବୀ ପୂରଣ ନ ହେଲେ ଆନ୍ଦୋଳନକୁ ଓହ୍ଲାଇବେ ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀ ଓ ସ୍ୱାସ୍ଥ୍ୟ ପରିଦର୍ଶକ

bbehera

ଲୋଇସିଂହା, (କେପିଏନ୍‌ଏସ୍‌) : ଓଡିଶା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧୀନରେ ତୃଣମୂଳ ସ୍ତରରେ କାର୍ଯ୍ୟରତ ପ୍ରାୟ ୨୦ ହଜାର ସ୍ୱାସ୍ଥ୍ୟକର୍ମୀ ଓ ସ୍ୱାସ୍ଥ୍ୟ ପରିଦର୍ଶକ ଦୀର୍ଘଦିନ ଧରି ସେମାନଙ୍କ ନ୍ୟାଯ୍ୟ ଦାବୀରୁ ବଞ୍ଚିତ ରହିଛନ୍ତି । ପ୍ରତି ସରକାରୀ କର୍ମଚାରୀ ନିଜ ଚାକିରି କାଳ ମଧ୍ୟରେ ୪ରୁ ୮ ଗୋଟି ପଦୋନ୍ନତି ପାଉଥିବା ବେଳେ ଏହି କର୍ମଚାରୀମାନେ ଗୋଟିଏ ଅଥବା ବିନା ପଦୋନ୍ନତିରେ ଚାକିରିରୁ ଅବସର ନେଉଛନ୍ତି । ଗତ ତା.୨୬/୦୧/୨୦୨୧ ଦିନ ରାଜ୍ୟ ଜନସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ଏହି କର୍ମଚାରୀଙ୍କ ଦାବୀ ପୂରଣ ପାଇଁ ପ୍ରତିଶୃତି ଦେଇଥିଲେ ମଧ୍ୟ ଅଦ୍ୟାବଧି ତାହା ପୂରଣ ହୋଇ ନ ଥିବାରୁ କର୍ମଚାରୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ବହୁମୁଖୀ ସ୍ୱାସ୍ଥ୍ୟକର୍ମୀଙ୍କ କ୍ୟାଡ଼ର ପୁନର୍ଗଠନ ସମେତ ସର୍ବନିମ୍ନ ୪ ଗୋଟି ପଦୋନ୍ନତି, ଅର୍ଥ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ଦରମା ପ୍ରଦାନ, ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ ଓ ସ୍ୱାସ୍ଥ୍ୟ ପରିଦର୍ଶକ ପଦବୀର ନାମ ପରିବର୍ତ୍ତନ, ବାର୍ଷିକ ପୋଷାକ ଭତ୍ତା ୫ ହଜାର ଟଙ୍କା ପ୍ରମୁଖ ୫ ଦଫା ଦାବୀ ନେଇ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତାବନୀ ଦେଇଛି ମହାସଂଘ । ଦାବୀ ପୂରଣ ନ ହେଲେ ଆସନ୍ତା ଡିସେମ୍ବର ୭ରୁ କର୍ମଚାରୀମାନେ କଳାବ୍ୟାଜ ପିନ୍ଧି ନୀରବ ପ୍ରତିବାଦ ଜଣାଇବେ । ତା’ ସତ୍ତ୍ୱେ ମଧ୍ୟ ଦାବୀ ପୂରଣ ନ ହେଲେ ୧୪ ତାରିଖରୁ କାର୍ଯ୍ୟରେ ଅସହଯୋଗ କରାଯିବ । ପରେ ୨୧ରୁ ସମସ୍ତ କର୍ମଚାରୀ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ବୋଲି ମହାସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି । ଲୋଇସିଂହା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ କର୍ମଚାରୀମାନଙ୍କ ତରଫରୁ ଅଧିକ୍ଷକ ଗୋଲାପୀ ଭୋଇଙ୍କ ଜରିଆରେ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଉପରୋକ୍ତ ୫ ଦଫା ସମ୍ବିଳିତ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି ।

jay balangir
Leave A Reply

Your email address will not be published.

ten + 9 =