ହରଭଙ୍ଗା : ହରଭଙ୍ଗା ବ୍ଲକ ଆମ୍ବେଦକର ଯୁବ ପରିଷଦ ଆନୁକୂଲ୍ୟରେ ହରଭଙ୍ଗା ଖେଳ ପଡ଼ିଆରେ ଚାଲିଥିବା ଆମ୍ବେଦକର ମେମୋରିଆଲ ଚାଲେଞ୍ଜ କପ୍ କ୍ରିକେଟ ପ୍ରତିଯୋଗିତା ଉଦ୍ଯାପିତ ହୋଇଯାଇଛି । ଏହି ପ୍ରତିଯୋଗିତା ୮ତାରିଖରୁ ଆରମ୍ଭ ହୋଇ ଶନିବାର ୧୪ତାରିଖରେ ଶେଷ ହୋଇଛି । ଏଥିରେ ସାଇ ସ୍ପୋଟିଙ୍ଗ ଫୁଲବାଣୀ ଚାମ୍ପିୟନ ଓ କନ୍ଧପଡା(ଅନୁଗୋଳ )ରନର୍ସଅପ ହୋଇଛନ୍ତି । ଶନିବାର ଖେଳାଯାଇଥିବା ଫାଇନାଲ ମ୍ୟାଚରେ ସାଇ ସ୍ପୋର୍ଟିଙ୍ଗ୍ ଫୁଲବାଣୀ ନିର୍ଦ୍ଧାରିତ ୨୦ ଓଭରରେ ୧୬୪ ରନ୍ କରିଥିଲେ । ଜବାବରେ କନ୍ଧପଡା (ଅନୁଗୁଳ)ଦଳ ୧୯.୪ ଓଭରରେ ୧୩୬ ରନ୍ ରେ ସମସ୍ତ ଓ୍ବିକେଟ୍ ହରାଇ ଉପ ବିଜେତା ଦଳ ରୂପେ ପୁରସ୍କୃତ ହୋଇଥିଲେ । ଏହି ଉଦ୍ଯାପିତ ଦିବସରେ ମୁଖ୍ୟ ଅତିଥି ଭାବେ ହରଭଙ୍ଗା ବ୍ଲକ ଉପାଧ୍ୟକ୍ଷ ସରୋଜ ପ୍ରଧାନ ଓ ସମ୍ମାନିତ ଅତିଥି ଭାବେ ହରଭଙ୍ଗା ପଞ୍ଚାୟତ ସରପଞ୍ଚ ଶକୁନ୍ତଳା ବେହେରା, ହରଭଙ୍ଗା ପଞ୍ଚାୟତ ସମିତି ସଭ୍ୟ ଚିତ୍ତରଞ୍ଜନ ସେଠି, କୁସଙ୍ଗ ପଞ୍ଚାୟତ ସମିତି ସଭ୍ୟ କାହ୍ନୁଚରଣ ନାଥ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ ଓ ଚାମ୍ପିୟନ ଦଳକୁ ୧୫୦୦୦ ଓ ରନର୍ସଅପ ଦଳକୁ ୧୦୦୦୦ ଟଙ୍କା ପ୍ରଦାନ କରିଥିଲେ ଏବଂ ବିଜେତାକୁ ଟ୍ରଫି ପ୍ରଦାନ କରିଥିଲେ । ପ୍ରତିଯୋଗିତାକୁ ଆମ୍ବେଦକର ଯୁବ ପରିଷଦର ସଭାପତି ବିକାଶ ବେହେରା, ସମ୍ପାଦକ ସମ୍ବାରୁ ନାୟକ, ମୁଖ୍ୟ କର୍ମକର୍ତ୍ତାମାନ ଭଂଜନ ନାୟକ ଏବଂ କ୍ଲବର ସମସ୍ତ ସଭ୍ୟ ସହଯୋଗ କରିଥିଲେ ।