ସାନଖେମୁଣ୍ଡି : ସାନଖେମୁଣ୍ଡି ବ୍ଲକ୍ ପାଟପୁର ମିନି ଷ୍ଟାଡୟମରେ ମା’ ଦଣ୍ଡ କାଳୀ ଟୁର୍ଣ୍ଣାମେଣ୍ଟ ଶନିବାର ଫାଇନାଲ ମ୍ୟାଚ୍ ହୋଇଯାଇଛି ।ଏଥିରେ ମୁଖ୍ୟ ଅତିଥି ଭାବେ ରାଧାଦେଇପୁର ସରପଂଚ ଡି.ରାକେଶ ପାତ୍ର, ସମିତି ସଭ୍ୟ ନିଳାଞ୍ଚଳ ପ୍ରଧାନ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଛାତ୍ର ବିଜେଡି ନେତା ଗୌରୀଶଙ୍କର ତ୍ରିପାଠୀ ଓ ସୀମାଞ୍ଚଳ ସାହୁ, ବିରଞ୍ଚି ନାରାୟଣ ସାହୁ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରି ଟ୍ରଫି ପ୍ରଦାନ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ପ୍ରଥମ ମ୍ୟାଚରେ ହାଟପଦା ଟିମ ଡି ଆମ୍ବଠା କ୍ରିକେଟ୍ ଟିମ୍ ପରାଜିତ କରିଥିଲା । ଟସ୍ ଜିତି ପ୍ରଥମେ ଡି ଆମ୍ବଠା ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ।ପ୍ରଥମେ ବ୍ୟାଟିଂ କରି ୧୨ ଓଭରରେ ୭୦ ରନ କରିଥିଲେ । ଜବାବରେ ହାଟପଦା ୭.୪ ଓଭରରେ ୭୧ରନ୍ କରି ବିଜୟ ଲାଭ କରିଥିଲେ ।ସିଦ୍ଧାନ୍ତ ରେଡ୍ଡୀ, ରାଜା ସ୍ବାଇଁ ଆମ୍ପେରୀଙ୍ଗି କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ମ୍ୟାନ ଅଫଦ ମ୍ୟାଚ ଆଦିତ୍ୟ ଲେଙ୍କା, ମ୍ୟାନ ଅଫ ସିରିଜ ସିଲୁ, ବେଷ୍ଟ ବ୍ୟାଟସମ୍ୟାନ ସନ୍ଦୀପ ବେଷ୍ଟ ବୋଲର ଲିପୁ ପ୍ରଭାକର, ସନ୍ତୋଷ, ସଂଗ୍ରାମ, ଶଙ୍କର ଗଗନ ବିହାରୀ ଖୁଣ୍ଟିଆ, ସନ୍ତୋଷ ସାହୁ, ପ୍ରଭାକର ନାୟକ, ଅନୀଲ ପଣ୍ଡା, ଶ୍ରୀକାନ୍ତ ସାହୁ ପ୍ରମୁଖ ଟୁର୍ଣ୍ଣାମେଣ୍ଟ ପରିଚାଳନା କରିଥିଲେ ।
Next Post