pakka

ଜରାସିଂହା କ୍ରିକେଟ ପ୍ରତିଯୋଗିତା ଉଦ୍‌ଯାପିତ : ସାଗରପାଲିକୁ ହରାଇ ଜରାସିଂହା ଚାମ୍ପିୟାନ

bbehera

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଜରାସିଂହା ହାଇସ୍କୁଲ ଖେଳ ପଡିଆରେ ତିନି ଦିନ ଧରି ଚାଲିଥିବା କ୍ରିକେଟ ପ୍ରତିଯୋଗିତା ଗୁରୁବାର ଦିନ ଉଦ୍‌ଯାପିତ ହୋଇଯାଇଛି । ଦେଓଗାଁ, ଜରାସିଂହା, କୁଳିହାବାହାଲ, ସାଗରପାଲି, ସିନ୍ଦିରାବାହାଲି, ବବୁକେଲଗାଁ, ଜୁର୍ଲାକାନୀ, ବନ୍ଦପାଲି ମୋଟ ୮ଟି ଦଳକୁ ନେଇ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଫାଇନାଲ ମ୍ୟାଚରେ ସାଗରପାଲି ଦଳକୁ ୫ୱିକେଟରେ ହରାଇ ଜରାସିଂହା ଦଳ ଚାମ୍ପିୟାନ ହୋଇଛି । ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ରୀନା ମେହେର, ଶ୍ରୀମତୀ ସୁମତି ସେଠ୍, କୁଶମଣୀ ମେହେର, ଅମିତ ତ୍ରିପାଠୀ ଓ ସରୋଜ ମେହେର ଉପସ୍ଥିିତ ଥିଲେ ।

Leave A Reply

Your email address will not be published.

three × 3 =