pakka

ଖପ୍ରାଖୋଲ ପୋଲିସ ପକ୍ଷରୁ ୯୬ ବୋତଲ କଫ ‌ସରିଫ ଜବତ ସହ ୨ ଗିରଫ

bbehera

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ଧଣ୍ଡାମୁଣ୍ଡା ଗ୍ରାମରେ ବେଆଇନ କଫ ସିରଫ କାରବାର କରୁଥିବା ନେଇ କୌଣସି ସୂତ୍ରରୁ ଖବର ପାଇ ଖପ୍ରାଖୋଲ ପୋଲିସ ଚଢ଼ାଉ କରି ୯୬ ବୋତଲ କଫ ‌ସରିଫ ଜବତ କରିବା ସହ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ ପାଟଣାଗଡ଼ ଉପଖଣ୍ଡ ଧଣ୍ଡାମୁଣ୍ଡା ଗ୍ରାମର ବେଆଇନ କଫ ସିରଫ କାରବାର କରୁଥିବା କାଳିଆ ଓରଫ ସତ୍ୟବ୍ରତ ପଟେଲ (୪୨) ଘରେ କଫ ସିରଫ ରଖିଥିବା କୌଣସି ସୂତ୍ରରୁ ଖବର ପାଇ ଖପ୍ରାଖୋଲ ପୋଲିସ ଚଢ଼ାଉ କରି ୯୬ ବୋତଲ କଫ ସିରଫ ଓ ୧୨୦ଟି ନିଶା ବଟିକା ଓ ନଗଦ ୬ ହଜାର ୫ ଶହ ଟଙ୍କା ଜବତ କରିବା ସହ ଅଭିଯୁକ୍ତ କାଳିଆକୁ ଗିରଫ କରାଯାଇଛି । ସେହିପରି ବେଳପଡା ଥାନା ବେଳପଡା ଗାଁର ଦୂର୍ଗା ମନ୍ଦିରପଡ଼ାରେ ରହୁଥିବା ରଇବାରୁ ଓରଫ୍ ମଧୁସୂଦନ ବାଗ(୩୫)ଙ୍କ ଘରେ ଚଢ଼ାଉ କରି କଫ ସିରଫ ଜବତ କରିବା ସହ ରଇବାରୁ ଓରଫ୍ ମଧୁସୂଦନ ବାଗଙ୍କୁ ଗିରଫ କରିଥିଲେ । ଖପ୍ରାଖୋଲ ଥାନା କେସ୍‌ ନଂ ୯୫/୨୨ ୟୁ/ଏସ୍ ଦଫା ୨୭୪, ୨୭୫ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ରମାକାନ୍ତ ସାହୁ ସୂଚନା ଦେଇଛନ୍ତି ।

jay balangir
Leave A Reply

Your email address will not be published.

two × five =

error: Content is protected !!