csstore

ବେଲପଡାରେ ବିଜେପିର ଜୋନସ୍ତରୀୟ କାର୍ଯ୍ୟକାରିଣୀ ବୈଠକ

ପାଟଣାଗଡ଼, (ଗୋରେଖନାଥ ବରିହା) : ପାଟଣାଗଡ଼ ଉପଖଣ୍ଡ ବେଲପଡା ବ୍ଲକରେ ଆଜି ଭାରତୀୟ ଜନତା ପାର୍ଟିର ଜୋନ୍‌ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ପୂର୍ବତନ ମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ମୁଖ୍ୟ ଅତିଥି, ବିଜେପି ଜିଲ୍ଲା ସଭାପତି ଶିବାଜୀ ମହାନ୍ତି ସାମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ । ବୈଠକରେ ୭୫ତମ ସ୍ୱାଧିନତା ଦିବସ ପାଳନ ପାଇଁ ବିଜେପି ପକ୍ଷରୁ ଜାତୀୟ ତ୍ରିରଙ୍ଗା ପତାକାକୁ ପ୍ରତ୍ୟେକ ଘରେ ଘରେ ଉଡ଼ାଇବାକୁ ନିଷ୍ପତ୍ତି ନିଆଯାଇଥିଲା । ପଞ୍ଚାୟତ ଓ ଜୋନ୍‌ସ୍ତରୀୟ ସଂଗଠନ ସୁଦୃଢ କରିବା, ୨୦୨୧ ମସିହାରେ ବୀମା ରାଶି ପ୍ରଦାନ କରିବା ଆଦି ବିଷୟରେ ବୈଠକରେ ଆଲୋଚନା କରିଥିଲେ । ଏଥିରେ ୨ ଜୋନ୍ ନଂ ୨୫ ଜିଲ୍ଲା ପରିଷଦ ସଭ୍ୟା ଶବ୍ଦ ମିର୍ଦ୍ଧା, ଜୋନ୍ ନଂ ୨୬ ଜିଲ୍ଲା ପରିଷଦ ସଭ୍ୟା ଅନିମା ଦାସ ଯୋଗଦାନ କରିଥିଲେ । ସଭାରେ ସାଂସଦ ବେଲପଡା ବ୍ଲକ ପ୍ରତିନିଧି ପ୍ରଶାନ୍ତ କୁମାର ଦାସ, ପୂର୍ବତନ ବ୍ଲକ ଅଧ୍ୟକ୍ଷା ବୈଜୟନ୍ତି ପାଣିଗ୍ରାହୀ, ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ରୁକ୍ମଣ ସୁନା, ଯୁଗଳ ମେହେର, ଶୋଭାକର ମେହେର, ଟିକେଶ୍ୱର ମେହେର, ଲଳିତ ମିର୍ଦ୍ଧା, ତେଜରାଜ ବେହେରା, ବାହାବଲ ପଞ୍ଚାୟତ ସମିତି ସଭ୍ୟ ନିତ୍ୟା ଖୁରାଙ୍କ ସହ ଶତାଧିକ ଭାରତୀୟ ଜନତା ପାର୍ଟିର କର୍ମୀ ଉପସ୍ଥିତ ଥିଲେ । ସାଂସଦ ପ୍ରତିନିଧି ସୁଶାନ୍ତ କୁମାର ଦାସ ସଭା ପରିଚାଳନା କରିଥିବା ବେଳେ ବିଜେପିର ବରିଷ୍ଠ ପୁରୁଖା ନେତା ଯୁଗଳ ମେହେର ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.