p purohi

ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ପାଳିତ

dr. purohit

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ କାଳୀଚରଣ ଦୁବେଙ୍କ ସଭାପତିତ୍ୱରେ ଅନୁଷ୍ଠାନର ୫୭ତମ ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବରେ ବରଗଡ଼ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଛତ୍ରପତି ସାହୁ, ମୁଖ୍ୟବକ୍ତା ଭାବରେ ବରଗଡ଼ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ମନୋଜ କୁମାର ସାହୁ, ସମ୍ମାନୀତ ଅତିଥି ଭାବରେ ରାଜବୋଡ଼ାସମ୍ବର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଧର୍ମକୁମାର ଶତପଥୀ, ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ପାଳନ ଉତ୍ସବର ସଭାପତି ମନୋରଞ୍ଜନ ସିଂ ବରିହା, ବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀ ପାଳନ ଉତ୍ସବର ସମ୍ପାଦକ ଗୋବିନ୍ଦ ପ୍ରସାଦ ଅଗ୍ରୱାଲ, ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷା ଶ୍ରୀମତୀ ବିନିଲତା ସାହୁ, ବିଦ୍ୟାଳୟ ପରିଚାଳନା କମିଟିର ଉପାଧ୍ୟକ୍ଷା ଶ୍ରୀମତୀ ନମିତା ସାହା ଯୋଗଦେଇଥିଲେ । ବିଦ୍ୟାଳୟର ଶିକ୍ଷକ ପ୍ରେମାନନ୍ଦ ବେହେରା ଓ ଚୌଧୁରୀ ଜୀବନାନନ୍ଦ ସାହୁଙ୍କ ନିର୍ଦ୍ଦେଶନାରେ ବିଦ୍ୟାଳୟର ଛାତ୍ରୀମାନେ ସ୍ୱାଗତ ସଙ୍ଗୀତ ପରିବେଷଣ କରିଥିଲେ । ସୁରେନ୍ଦ୍ର କୁମାର ଭୋଇ ଅତିଥିମାନଙ୍କୁ ମଞ୍ଚକୁ ସ୍ୱାଗତ କରିଥିଲେ । ପ୍ରେମାନନ୍ଦ ବେହେରା ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଶ୍ରୀମତୀ ମିନତି ଦାଶ ପ୍ରତିଷ୍ଠା ଦିବସର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ସଭାଶେଷରେ ଶ୍ରୀମତୀ ଜ୍ୟୋତ୍ସ୍ନାରାଣୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଦ୍ୱିତୀୟ ଅଧିବେଶନରେ ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ସୁରେନ୍ଦ୍ର କୁମାର ଭୋଇ, ପ୍ରେମାନନ୍ଦ ବେହେରା ଓ ମାନସ ରଞ୍ଜନ ଶତପଥୀ । ସମସ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ଶିକ୍ଷୟିତ୍ରୀ ସୁଶ୍ରୀ ରବିନା ପଧାନ, ସୁଶ୍ରୀ ସଂଯୁକ୍ତା ଭୋଇ, ଶ୍ରୀମତୀ ନିଳୀମାରାଣୀ ମହାନ୍ତି, ଶ୍ରୀମତୀ ଜ୍ୟୋତି ରେଖା ମହାନନ୍ଦ ଏବଂ ବିଦ୍ୟାଳୟ ଶିକ୍ଷକ ଚିନ୍ତାମଣୀ ସାହୁ, ଗୋପାଳଜୀ ପ୍ରସାଦ ପାଣିଗ୍ରାହୀ, ସୁରେଶ ଚନ୍ଦ୍ର ଚୌହାନ ଓ ଦିପ୍ତୀରଞ୍ଜନ ମଲ୍ଲିକ । ଶ୍ରୀମତୀ ସୁଷମା ଦାଶ, ଦୁଷ୍ମନ୍ତ ଛତର, ନନ୍ଦିନୀ ବାଗ ଓ କମଳା କୁମ୍ଭାର ସହଯୋଗ କରିଥିଲେ ।

nrusinghnath
Leave A Reply

Your email address will not be published.