csstore

ବଲାଙ୍ଗିର ଜିଲ୍ଲାରେ ଆଜି ୬୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ : ଟିଟିଲାଗଡ଼ ପୌରାଂଚଳର ୧୬

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଆଜି ୬୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ରିପୋର୍ଟରେ କୁହାଯାଇଛି । ବଲାଙ୍ଗିର ପୌରାଂଚଳର ୱାର୍ଡ ନଂ.୧୫ ଓ ୧୯ରୁ ୨ ଜଣ ଲେଖାଏଁ ଓ ୱାର୍ଡ ନଂ.୨୧ରୁ ଜଣେ ସଂକ୍ରମିତ ହୋଇଛନ୍ତି । ଆଗଲପୁର ବ୍ଲକ୍‌ ରୋତ୍‌ ଗ୍ରା.ପ.ରୁ ଜଣେ, ବଙ୍ଗୋମୁଣ୍ଡା ବ୍ଲକ୍‌ ଖଇରା ଗ୍ରା.ପ.ରୁ ଜଣେ, ଦିଗ୍‌ଶିରା ଗ୍ରା.ପ.ରୁ ଜଣେ, ଝରିଏଲ୍‌ ଗ୍ରା.ପ.ରୁ ଜଣେ ଓ ବଙ୍ଗୋମୁଣ୍ଡା ଗ୍ରା.ପ.ରୁ ୫ ଜଣ, ବେଲପଡ଼ା ବ୍ଲକ୍‌ ନୁନହାଡ଼ ଗ୍ରା.ପ.ରୁ ୧, ଦେଓଗାଁ ବ୍ଲକ୍‌ ଜରାସିଂହା ଗ୍ରା.ପ.ରୁ ଜଣେ, ରାମଚନ୍ଦ୍ରପୁର ଗ୍ରା.ପ.ରୁ ଜଣେ, ଓ ମକୁନ୍ଦପୁର ଗ୍ରା.ପ.ରୁ ଜଣେ, ଗୁଡ଼ଭେଲା ବ୍ଲକ୍‌ ଘୁନା ଗ୍ରା.ପ.ରୁ ଜଣେ ଓ ରୁଷୁଡ଼ା ଗ୍ରା.ପ.ରୁ ୫ ଜଣ, କଂଟାବାଂଜି ଏନ୍‌ଏସି ୱାର୍ଡ ନଂ.୧୧ ଓ ୧୫ରୁ ଜଣେ ଲେଖାଏଁ, ଖପ୍ରାଖୋଲ ବ୍ଲକ୍‌ ଖପ୍ରାଖୋଲ ଗ୍ରା.ପ.ରୁ ୨ ଜଣ, ମୁରିବାହାଲ ବ୍ଲକ୍‌ ଡଙ୍ଗରପଡ଼ା ଗ୍ରା.ପ.ରୁ ୧ ଓ ତେନ୍ତୁଲିଖୁଣ୍ଟି ଗ୍ରା.ପ.ରୁ ୧, ପାଟଣାଗଡ଼ ବ୍ଲକ୍‌ ବରପଦର ଗ୍ରା.ପ.ରୁ ୧, ସାଲେପାଲି ଗ୍ରା.ପ.ରୁ ୧, ତେଣ୍ଡାପଦର ଗ୍ରା.ପ.ରୁ ୨ ଓ ଦେଉଲଗାଁ ଗ୍ରା.ପ.ରୁ ୧, ପାଟଣାଗଡ଼ ଏନ୍‌ଏସି ୱାର୍ଡ ନଂ. ୧, ୪, ୫, ୭, ୮, ୯ରୁ ଜଣେ ଲେଖାଏଁ, ପୁଇଁନ୍ତଲା ବ୍ଲକ୍‌ ଦୁର୍ଗାପାଲି, ଗଇଁନ୍ତଲା ଗ୍ରା.ପ.ରୁ ଜଣେ ଲେଖାଏଁ, ସଇଁନ୍ତଲା ବ୍ଲକ୍‌ ଜୁରାବନ୍ଧ ଗ୍ରା.ପ.ରୁ ୧, ଟିକ୍ରାପଡ଼ା ଗ୍ରା.ପ.ରୁ ୧, କୁଇକେଡ଼ା ଗ୍ରା.ପ.ରୁ ୨ ଓ ଝିଙ୍କିଡୁଙ୍ଗୁରି ଗ୍ରା.ପ.ରୁ ୧, ଟିଟିଲାଗଡ଼ ବ୍ଲକ୍‌ କୁସକେଲା ଗ୍ରା.ପ.ରୁ ୧, ଟିଟିଲାଗଡ଼ ମ୍ୟୁନିସିପାଲିଟି ୱାର୍ଡ ନଂ. ୭ରୁ ୯, ୮ରୁ ୧ ଓ ୧୧ରୁ ୬ ଜଣ, ତୁରେକେଲା ବ୍ଲକ୍‌ ବୁରୋମାଲ ଗ୍ରା.ପ.ରୁ ଜଣେ ସଂକ୍ରମିତ ହୋଇଛନ୍ତି ।

jayashree
Leave A Reply

Your email address will not be published.