
ଭୁବନେଶ୍ୱର : ରାଜଧାନୀର ବ୍ୟସ୍ତବହୁଳ ରାସ୍ତାରେ ଜଳିଗଲା ଦାମୀ କାର୍ । ଚଳନ୍ତା କାର୍ରେ ହଠାତ୍ ନିଆଁ ଲାଗିବାରୁ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା । ତେବେ ଚାଳକ ଜଣକ ତୁରନ୍ତ ଗାଡ଼ିକୁ ରାସ୍ତାକଡ଼ରେ ଅଟକାଇ ଦେଇଥିଲେ । ସୂଚନା ଅନୁଯାୟୀ, ରବିବାର ଭୁବନେଶ୍ୱର ଇନ୍ଫୋସିଟି ଥାନା ଅଞ୍ଚଳରେ କାର୍ଟି ଯାଉଥିବା ସମୟରେ ହଠାତ୍ ଗାଡ଼ିରୁ ଧୂଆଁ ବାହାରିଥିଲା । କିଛି ସମୟ ମଧ୍ୟରେ କାର୍ରେ ନିଆଁ ଲାଗିଯାଇଥିଲା । ଏନେଇ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟର ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଥିଲେ । ତେବେ କାର୍ରେ ନିଆଁ ଲାଗିବାର ପ୍ରକୃତ କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ । ଇଞ୍ଜିନ୍ ଅତ୍ୟଧିକ ଗରମ ହେବାରୁ ଅଗ୍ନିକାଣ୍ଡ ଘଟିଥାଇପାରେ ବୋଲି ପ୍ରାଥମିକ ଭାବେ ସନ୍ଦେହ କରାଯାଉଛି ।