କୁନ୍ଦୁରୁ କୁଶଲଙ୍କ ୧୩ତମ ବାର୍ଷିକ ଦିବସ ପାଳିତ

ସୁବର୍ଣ୍ଣପୁର (ପ୍ରଭୁଦତ୍ତ ରଥ) : ଆଜି ସୁବର୍ଣ୍ଣପୁର ଜିଲ୍ଲାର ଟାଣୁଆ ନେତା ତଥା ସୋନପୁର ନିର୍ବାଚନମଣ୍ଡଳୀରେ ୩ଥର ବିଜୟୀ ବିଧାୟକ ବିଜେଡି ନେତା ସ୍ଵର୍ଗତ କୁନ୍ଦୁରୁ କୁଶଲଙ୍କ ୧୩ତମ ବାର୍ଷିକୀ ଦିବସ ପାଳିତ ହୋଇଯାଇଛି l ଏହି ଅବସରରେ ସୋନପୁର ସହରର କୁଞ୍ଜ ହୋଟେଲ ଛକ ନିକଟରେ ଥିବା ତାଙ୍କର ପ୍ରତିମୂର୍ତ୍ତିରେ ପ୍ରଥମେ ପୁଷ୍ପମାଲ୍ଯ ଅର୍ପଣ ପୂର୍ବକ ତାଙ୍କର ଅବଦାନ ସ୍ବରୂପ ସୁବର୍ଣ୍ଣପୁର ଜିଲ୍ଲା ଗଠନ, ବିଜୁ ପଟ୍ଟନାୟକ ମହିଳା କଲେଜ ସହିତ ଅନେକ ଉନ୍ନତି ମୂଳକ କାର୍ଯ୍ୟ ତାଙ୍କର ସମୟରେ ହୋଇଯାଇଛି ବୋଲି ସ୍ମୃତି ଚାରଣ କରି ଅମର ଆତ୍ମାର ସଦ୍ଗତି କାମନା କରିଥିଲେ l ଏହି କାର୍ଯ୍ୟକ୍ରମରେ ସହରର ସ୍ଵେଚ୍ଛାସେବୀ ଶ୍ରୀବତ୍ସ ମଲ୍ଲିକ, ଗଦାଧର ବାରିକ, ଲକ୍ଷ୍ମୀନାରାୟଣ ମେହେର ଓ ସ୍ଵର୍ଗତ କୁଶଲଙ୍କ ଭାଇ ଅଭିମନ୍ୟୁ କୁଶଲଙ୍କ ସହିତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ l

Leave A Reply

Your email address will not be published.