csstore

ଆଜି ରାଜ୍ୟରେ ୩୧୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଆଜି ୩୧୯ ନୂଆ କରୋନା ଆକ୍ରାନ୍ତ ଆଜି ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୮୪ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୧୩୫ ଜଣ ଅଂଚଳିକ ସଂକ୍ରମଣରୁ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କୁହାଯାଇଛି । ଜିଲ୍ଲା ଅନୁସାରେ ଅନୁଗୁଳରୁ ୩୫, ବାଲେଶ୍ୱରରୁ ୧୦, ବରଗଡ଼ରୁ ୬, ଭଦ୍ରକରୁ ୭, ବଲାଙ୍ଗିରରୁ ୧୫, କଟକରୁ ୧୦, ଦେବଗଡ଼ରୁ ୨, ଢେ଼ଙ୍କାନାଳରୁ ୩, ଗଂଜାମରୁ ୬, ଜଗତ୍‌ସିଂହପୁରରୁ ୭, ଯାଜପୁରରୁ ୧୧, ଝାରସୁଗୁଡ଼ାରୁ ୧, କଳାହାଣ୍ଡିରୁ ୫, କନ୍ଧମାଳରୁ ୧, କେନ୍ଦ୍ରାପଡ଼ାରୁ ୧୧, କେଉଁଝରରୁ ୧୦, ଖୋର୍ଦ୍ଧାରୁ ୨୩, ମାଲକାନ୍‌ଗିରିରୁ ୩, ମୟୁରଭଂଜରୁ ୧୯, ନବରଙ୍ଗପୁରରୁ ୪, ନୟାଗଡ଼ରୁ ୧, ନୂଆପଡ଼ାରୁ ୮, ପୁରୀରୁ ୨୪, ରାୟଗଡ଼ାରୁ ୧, ସମ୍ବଲପୁରରୁ ୧୯, ସୁନ୍ଦରଗଡ଼ରୁ ୭୨ ଓ ଷ୍ଟେଟ ପୁଲ୍‌ରୁ ୫ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଏବେ ୩୦୬୩ ଜଣ ଏକ୍‌ଟିଭ୍‌ କରୋନା ସଂକ୍ରମିତ ଚିକିତ୍ସାଧୀନ ରହିଛନ୍ତି ।

jayashree
Leave A Reply

Your email address will not be published.