ଓଲଟିଲା କମାଣ୍ଡର : ୮ ଆହତ

ରାୟଗଡ଼ା : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପାରସାଲି ପଞ୍ଚାୟତର ନିୟମଗିରି ପାହାଡରେ ଭାରସାମ୍ୟ ଏକ କମାଣ୍ଡ ଭାରସାମ୍ୟ ହରାଇ ଓଲଟି ପଡିବାରୁ ୮ ଜଣ ଡ଼ଙ୍ଗରିଆ ମହିଳା ଓ ପୁରୁଷ ଆହତ ହୋଇଛନ୍ତି । ସେମାନଙ୍କୁ କଲ୍ୟାଣସିଂହପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସେଥି ମଧ୍ୟରୁ ତିନି ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ଜଣାପଡିଛି । ସୂଚନା ଅନୁସାରେ ମଙ୍ଗଳବାର ସନ୍ଧ୍ୟାରେ ନିୟମଗିରି ପାହାଡରେ ବସବାସ କରୁଥିବା ଡଙ୍ଗାମାଟି, ଲାଖପଦର ଓ ପଟାଙ୍ଗପଦର ଗାଁର ମହିଳା ଓ ପୁରୁଷମାନେ ପଞ୍ଚାୟତ କାର୍ଯ୍ୟାଳୟକୁ ଆସି ଚାଉଳ ନେଇ ଏକ କମାଣ୍ଡରରେ ନିଜ ଗାଁକୁ ଯାଉଥିବା ବେଳେ ପାରସାଲି ନିକଟସ୍ଥ ଘାଟିରେ ଭାରସାମ୍ୟ ହରାଇ କମାଣ୍ଡର ଓଲଟି ପଡିଥିଲା । ଫଳରେ ସେଥିରେ ବସିଥିବା ୮ ଜଣ ଡଙ୍ଗରିଆ ମହିଳା ଓ ପୁରୁଷମାନେ ଆହତ ହୋଇଥିଲେ ।

Leave A Reply

Your email address will not be published.

error: Content is protected !!