pakka

ଜଲିଆ କିସ୍‌ କ୍ୟାମ୍ପସରୁ ଚୋରି ଘଟଣାରେ ୫ କୋର୍ଟ ଚାଲାଣ

ଦେଓଗାଁ, (ମନୀଷ କୁମାର ସାହୁ) : ଜାତୀୟ ରାଜପଥ ୨୬ର ସିନଖମନ ନିକଟରେ ଥିବା ଜଲିଆ କିସ୍‌ କ୍ୟାମ୍ପସରୁ ଚୋରି ଘଟଣାରେ ବୁଧବାର ଦେଓଗାଁ ପୁଲିସ ୫ଜଣଙ୍କୁ ଗିରଫ କରି କୋର୍ଟ ଚାଳାଣ କରିଥିବା ଜଣାପଡ଼ିଛି । ଗିରଫ ବ୍ୟକ୍ତିମାନେ ହେଲେ ଦେଓଗାଁ ଥାନା ଜଲିଆ ଗାଁର ପ୍ରଦୀପ ନାଏକ, ରାଜୁ ଭୋଇ, ପ୍ରବୀଣ ଭୋଇ, ଆଶିଷ ଭୋଇ ଓ ଚୋରି ସାମଗ୍ରୀ କିଣିଥିବା ଚକ୍ରଧର ମାଝୀ । ପ୍ରକାଶ ଯେ, ଗତ ମେ ୩୧ତାରିଖ ଦିନ ଜଲିଆ ସ୍ଥିତ କିସ୍ କ୍ୟାମ୍ପସ ଠାରୁ ଗୋଟିଏ ବ୍ୟାଟେରୀ, ଇନଭୋଟର ସହ ଦୁଇଟି ସିଲିଙ୍ଗ ପଙ୍ଖା ଚୋରୀ ହୋଇଥିବା ନେଇ କିସ୍ ମ୍ୟାନେଜମେଣ୍ଟ କୋଡ଼ିନେଟର ଦେବୀପ୍ରସାଦ ମିଶ୍ର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି କେସ ନଂ ୮୯ରେ ଏକ ମାମଳା ରୁଜୁ ହୋଇଥିଲା ।

Leave A Reply

Your email address will not be published.

19 − twelve =