oom

ଡୁଙ୍ଗୁରିପାଲି ବ୍ଲକସ୍ତରୀୟ ପଞ୍ଚଦିବସୀୟ ଶିଶୁବାଟିକା ପ୍ରଶିକ୍ଷଣ

jsmm

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ଖୁଣ୍ଟପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ପ୍ରାଥମିକ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଶିଶୁବାଟିକା ପ୍ରସ୍ତୁତି ତାଲିମ ଶିବିର ଉଦ୍‌ଯାପିତ ହୋଇଯାଇଛି । ୮ଟି କ୍ଲଷ୍ଟରର ୫୭ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଭାଗନେଇ ପ୍ରମାଣପତ୍ର ପାଇଥିଲେ । ପ୍ରଶିକ୍ଷକ ଭାବରେ ତମାମୁରା ଉଚ୍ଚ ପ୍ରାଥମିକ ପ୍ରଧାନ ଶିକ୍ଷକ ଫଗୁନୁ ନାଏକ, ଡୁଙ୍ଗୁରିପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ କରମଚନ୍ଦ୍ର ବାରିକ, ଚି଼ଙ୍ଗେରକଟା ଉଚ୍ଚପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଯୋଗାନନ୍ଦ ପଧାନ, କୁଢାରୀକଟା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଥବିର ଦୋରା ତାଲିମ ପ୍ରଦାନ କରିଥିଲେ । ନୂତନ ଜାତୀୟ ଶିକ୍ଷାନୀତିରେ ଶିଶୁବାଟିକା ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନର ଲକ୍ଷ୍ୟ ଓ ବିଭିନ୍ନ କୌଶଳ ବିଷୟରେ ବିଭିନ୍ନ ଅଧିବେଶନ ମାଧ୍ୟମରେ ଆଲୋଚନା ହୋଇଥିଲା । ସୋନପୁର ଜିଲ୍ଲା ପେଡାଗୋଜି ସଂଯୋଜକ ଅକ୍ଷୟ ସାହୁ, ଡୁଙ୍ଗୁରିପାଲି ଗୋଷ୍ଠୀ ଶିକ୍ଷାଧିକାରୀ ଗଣେଷ କିଷାନ, ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଗଞ୍ଜଲୁ ମିର୍ଦ୍ଧା, ଜଗତ ମଲ୍ଲିକ ପରିଦର୍ଶନରେ ଆସି ବିଦ୍ୟାଳୟ ସ୍ତରରେ ଏହାର ପ୍ରୟୋଗ ସମ୍ପର୍କିତ ପରାମର୍ଶ ଦେଇଥିଲେ । ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନରେଶ ଭୋଇ, ସର୍ଗୁଲ ସିଆରସିସି ନୀଳକଣ୍ଠ ନାଏକ ଉପସ୍ଥିତ ରହି ତାଲିମ କାର୍ଯ୍ୟକ୍ରମର ତଦାରଖ କରିଥିଲେ । ସ୍ଥାନୀୟ ବିଦ୍ୟାଳୟର ସିଆରସିସି, ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.