jayashree

ପ୍ରବଳ ଗ୍ରୀଷ୍ମ ପ୍ରବାହରେ ବିଦ୍ୟୁତ କାଟ୍‌ ଯୋଗୁଁ ଛଟପଟ ହେଉଛନ୍ତି ପଡାବାସୀ

ବରଗଡ, (ମୁନ୍ନା ସାହୁ) : ଗ୍ରୀଷ୍ମ ପ୍ରବାହରେ ବିଦ୍ୟୁତ କାଟ । ୩ ଦିନ ହେଲା ବିଦ୍ୟୁତ କାଟ୍‌ ପାଇଁ ଛଟପଟ ହେଉଛନ୍ତି ବରଗଡ଼ ୱାର୍ଡ ନମ୍ବର ୧ର ବାସିନ୍ଦା । ବରଗଡ଼ରେ ଝଡ଼ ତୋଫାନ ପରେ ପଡାରେ ବିଦ୍ୟୁତ କାଟ ହୋଇଥିଲା । ବଡ଼ ବଡ଼ ଗଛ ପଡ଼ିଯାଇ ତାର ଛିଣ୍ଡି ଯାଇଥିବା ବେଳେ ଗତ ୩ ଦିନ ହେଲା ପଡାରେ ଲାଇନ ନାହିଁ । ପାଣି ସମସ୍ୟା ସହ ପ୍ରବଳ ଗରମରେ ଲୋକଙ୍କ ତ୍ରାହି ଛୁଟିଯାଉଥିବା ବେଳେ ବିଦ୍ୟୁତ ବିଭାଗକୁ ଯେତେ ଜଣାଇଲେ ମଧ୍ୟ ଫଳ ଶୂନ । ପ୍ରବଳ ଗରମରେ ଖରାରେ ପଡାବାସୀ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ପିଇବା ପାଣିର ସମସ୍ୟା ରହିଛି । ପାଖରେ ଜିରା ନଦୀ ଥିଲେ ମଧ୍ୟ ପଡାବାସୀ ନଦୀକୁ ଯିବା ପାଇଁ ଭୟ କରୁଛନ୍ତି । । ନର୍ଦ୍ଦମା ନଦୀ ପାଣି ଏବେ ବିଷାକ୍ତ ହୋଇଯାଇଛି । । ଯେଉଁ ଜିରାନଦୀ ଦିନେ ଲୋକଙ୍କ ଲାଇଫଲାଇନ ଥିଲା ବର୍ତ୍ତମାନ ତାହା ବିଷ ସାଜିଛି । ତେବେ ଏତେ ପ୍ରବଳ ଗରମରେ ବିଦ୍ୟୁତ ବିଭାଗର ଏପରି କାର୍ଯ୍ୟକୁ ପଡାବାସୀ ବିରୋଧ କରିଛନ୍ତି ।

Leave A Reply

Your email address will not be published.