pakka

ପ୍ରେସ୍‌ କ୍ଲବର ନୂତନ କର୍ମକର୍ତ୍ତା ଚୟନ

bbehera
  • ସଭାପତି ହେଲେ ପ୍ରଭଜିତ ସିଂ ସାଲୁଜା ଏବଂ ସଂପାଦକ ଯୁଗଲ କିଶୋର ଶବର

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଞ୍ଜି ସହରର ଅଗ୍ରଣୀ ଅନୁଷ୍ଠାନ ପ୍ରେସ୍‌ କ୍ଲବର ନିର୍ବାଚନ ଶେଷ ହୋଇଯାଇଛି । ଚଳିତ ନିର୍ବାଚନରେ ସଭାପତି ପଦ ପାଇଁ ପ୍ରଭଜିତ ସିଂ ସାଲୁଜା ଏବଂ ସଂପାଦକ ପଦ ପାଇଁ ଯୁଗଲ କିଶୋର ଶବର ନାମାଙ୍କନ ପତ୍ର ଦାଖଲ କରିଥିଲେ । ତେବେ ଏହି ପଦ ପାଇଁ ଅନ୍ୟ କୌଣସି ସଦସ୍ୟ ନାମାଙ୍କନ ପତ୍ର ଦାଖଲ କରି ନଥିବା ବେଳେ ସଭାପତି ଏବଂ ସଂପାଦକ ପଦରେ ଦୁଇ ସଦସ୍ୟ ନିର୍ବାଚିତ ହୋଇଛନ୍ତି । ପରେ ସଭାପତି ଏବଂ ସଂପାଦକ ପ୍ରେସ୍‌ କ୍ଲବର ବିଭିନ୍ନ ପଦ ପଦବୀ ପାଇଁ ଚୟନ ପ୍ରକିୟା ଆରମ୍ଭ କରିଥିଲେ । ଗତ ଥର ଭଳି ଏଥର ମଧ୍ୟ କାର୍ଯ୍ୟକାରୀ ସଭାପତି ଭାବେ ସାମ୍ବାଦିକ ସୁରଦାସ ବାଗଙ୍କୁ ଚୟନ କରାଯାଇଥିବା ବେଳେ କୋଷାଧ୍ୟକ୍ଷ କମଲଜିତ ସିଂ ମଖୀଜା, ଉପସଭାପତି ଭାବେ ରଶ୍ମି ରଂଜନ ପୁଟେଲ, ମନୋଜ ଶର୍ମା, ସୁବ୍ରତ ମହାକୁର, ତୁଲସୀ ରାମ ଜଗତ, ସେହିପରି ସହ ସଂପାଦକ ପାଇଁ ରୋହନ ମହତ (ସଂଗଠକ), ବିସିକେଶନ ମାଝି (ଅଫିସ), ପରାମର୍ଶଦାତା ଭାବେ ଆଶିଷ ଖଇତାନ, ଦୁର୍ଗା ପ୍ରସାଦ ଗୁପ୍ତା, ଆନନ୍ଦ ମୋଟେ, କାର୍ଯ୍ୟକାରୀ ସଦସ୍ୟ ଦିପକ ଦାସ ୟାଦବ, ଅଶୋକ ଖମାରି, ଅନିଲ ତ୍ରିପାଠି, ସୁଶାନ୍ତ ବେହେରା, ଅଙ୍କୁର ଅଗ୍ରୱାଲ, ଦିପକ ପାଣିଗ୍ରାହୀ, ଜଗମୋହନ ତାଣ୍ଡି, ଗଣେଷ ଦାସ, ବିକାଶ ମିତ୍ତଲ, ବିକାଶ ଶର୍ମା, ଦିନେଶ ଜୈନ, ଦେବେସ ଅଗ୍ରୱାଲ ପ୍ରମୁଖଙ୍କୁ ଚୟନ କରାଯାଇଛି । ନିର୍ବାଚନ ଅଧିକାରୀ ଭାବେ ପ୍ରେସ୍‌ କ୍ଲବ ଆଇନ ପରାମର୍ଶଦାତା ବିବେକ ଶର୍ମା ରହିଥିବା ବେଳେ ଅତିରିକ୍ତ ନିର୍ବାଚନ ଦାୟିତ୍ୱରେ ଆଶିଷ ଖଇତାନ ରହିଥିଲେ ।

Leave A Reply

Your email address will not be published.

two × 2 =