pakka

ଜିଲ୍ଲାସ୍ତରୀୟ ସମ୍ବଲପୁରୀ ଦିନ ଓ ଶ୍ରୀଧର ଜନ୍ମ ଶତବାର୍ଷିକୀ ପାଳିତ

bbehera

ବରଗଡ, (ନିରୋଜ କୁମାର ପାଣୀ) : ସମ୍ବଲପୁରୀ କେବଳ ଭାଷା ସାହିତ୍ୟ ସଂସ୍କୃତି କିମ୍ବା ପରମ୍ପରାର ପରିଧି ମଧ୍ୟରେ ସୀମିତ ନୁହେଁ, ଏହା ସମଗ୍ର ପଶ୍ଚିମ ଓଡ଼ିଶାର ଦେଢ଼ କୋଟି ଲୋକଙ୍କ ଜୀବନ ସ୍ପନ୍ଦନ ଅଟେ ବୋଲି ଗୁରୁ ସତ୍ୟନାରାୟଣ ବହିଦାର ଓ କବି ଶ୍ରୀଧର ପ୍ରଧାନଙ୍କ ଜୟନ୍ତୀ ଅବସରରେ ଆୟୋଜିତ ସମ୍ବଲପୁରୀ ଦିନ ଅବସରରେ ମତ ପ୍ରକାଶ ପାଇଛି । ସମ୍ବଲପୁରୀ ସାହିତ୍ୟ ପରିଷଦର ଆହ୍ୱାନକ୍ରମେ ଏବଂ ଦଶମାଇଲ ବିକାଶ ପରିଷଦ ଛାଏଁଛଏଁରା କୁଟୁମ୍ ଓ ଶ୍ରୀଧର ସାହିତ୍ୟ ସଂସଦର ମିଲିତ ଆୟୋଜନରେ ଅନୁଷ୍ଠିତ ଜିଲ୍ଲାସ୍ତରୀୟ ସମାରୋହରେ ସୋହେଲା ନିକଟସ୍ଥ ଦଶମାଇଲଠାରେ ପାଳିତ ହୋଇଯାଇଛି । ସମ୍ବଲପୁରୀ ସାହିତ୍ୟ ପରିଷଦ ବରଗଡର ସାଧାରଣ ସମ୍ପାଦକ ଉତ୍ପନ୍ନ କୁମାର ଭୋଇଙ୍କ ସଭାପତିତ୍ୱରେ ଆୟୋଜିତ ଉକ୍ତ ସମାରୋହକୁ ଭଟଲି ବିଧାୟକ ସୁଶାନ୍ତ ସିଂ ଉଦ୍‌ଘାଟନ କରିଥିବା ବେଳେ ଜିଲ୍ଲା ସଂସ୍କୃତି ଅଧିକାରୀ ସନ୍ତ୍ରାସ ନାରାୟଣ ପଣ୍ଡା ସମ୍ମାନିତ ଅତିଥି, ଗବେଷକ ଡ଼ ଗୌରୀଦାସ ପ୍ରଧାନ ମୁଖ୍ୟବକ୍ତା ଭାବେ ଯୋଗଦେଇ ସମ୍ବଲପୁରୀ ଭାଷା ସାହିତ୍ୟ ସଂସ୍କୃତି ଓ ପରମ୍ପରାର ବ୍ୟାପକତା ଓ ମହନୀୟତା ସନ୍ଦର୍ଭରେ ଆଲୋକପାତ କରିଥିଲେ ।ଚଳିତ ବର୍ଷ କବି ଶ୍ରୀଧର ପ୍ରଧାନଙ୍କ ଜନ୍ମ ଶତ ବାର୍ଷିକୀ ପାଳିତ ହେଉଥିବା ପରିପ୍ରେକ୍ଷୀରେ ଶ୍ରୀଧରୀୟ ଚେତନାର ଅନୁଗାମୀ ପାଞ୍ଚ ଜଣ ବିଶିଷ୍ଟ ପ୍ରତିଭାଙ୍କୁ ସମ୍ମାନିତ କରାଯାଇଥିଲା । ପଦ୍ମଶ୍ରୀ ଡ଼ଃ ହଲଧର ନାଗଙ୍କୁ ଶ୍ରୀଧର କାବ୍ୟ ସମ୍ମାନ ନାଟ୍ୟକାର କେଶରଞ୍ଜନ ପ୍ରଧାନଙ୍କୁ ଶ୍ରୀଧର ନାଟ୍ୟ ଗୌରବ ସମ୍ମାନ ସରୋଜ କୁମାର ଭୋଇଙ୍କୁ ଶ୍ରୀଧର ଆଦର୍ଶ ଶିକ୍ଷକ ସମ୍ମାନ ସୌରାଜ ପ୍ରଧାନଙ୍କୁ ଶ୍ରୀଧର ଗିତିକବି ସମ୍ମାନ ଓ ଅମୂଲ୍ୟ ଭୋଇଙ୍କୁ ଶ୍ରୀଧର ଚିତ୍ରଶିଳ୍ପୀ ସମ୍ମାନରେ ସମ୍ମାନିତ କରାଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ଅନୁଷ୍ଠିତ ଏହି ସଭାକୁ ବିପ୍ଲବୀ କବି ନୀତିଶ ଆଚାର୍ଯ୍ୟ କବି ପୁତ୍ର ଗୌରଚରଣ ପ୍ରଧାନ ସଂଗଠକ ରଂଜନ ପଣ୍ଡା ଶିଶୁ ସାହିତ୍ୟିକ ବିକାଶ ଚନ୍ଦ୍ର ସାହୁ ଓ ସମାଜସେବୀ ରବିଶଙ୍କର ପ୍ରଧାନ ପରିଚାଳନା କରିଥିଲେ । ଏହି ଅବସରରେ ବିକାଶ ଚନ୍ଦ୍ର ସାହୁଙ୍କ ଦ୍ୱାରା ସମ୍ପାଦିତ ଶିଶୁ ସାହିତ୍ୟ ପତ୍ରିକା ଚନ୍ଦରଉଦିଆଁ, ନାଟ୍ୟକାର ମନୋରଂଜନ ମିଶ୍ରଙ୍କ ନାଟ୍ୟ ପୁସ୍ତକ ସୌସୁମୀ, ଅଧ୍ୟାପକ ସୁକୁମାର ଭୋଇଙ୍କ ନାଟ୍ୟ ପୁସ୍ତକ ଚେତବାର୍ ବେଲ୍ ପ୍ରଭୃତି ଅତିଥିଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ସମାଜସେବୀ ତଥା ମୁଖ୍ୟ ଅତିଥି ସୁବ୍ରତ ସିଂଙ୍କ ଉପସ୍ଥିତିରେ ଓ କବି ତେଜରୁ ବାରିକଙ୍କ ସଞ୍ଚାଳନରେ ଅନୁଷ୍ଠିତ କବିତା ପାଠୋତ୍ସବରେ ଅଧ୍ୟାପକ ସୁକୁମାର ଭୋଇ କବିୟତ୍ରୀ ସଂଗିତା ପଣ୍ଡା ଷଡ଼ଙ୍ଗୀ ଅଧ୍ୟାପକ ନାରାୟଣ ଭୋଇ ଓ କବି କେଦାରନାଥ ସାହୁ କବିତାଗୁଡ଼ିକ ସଂଯୋଜନା କରିଥିଲେ । ପଶ୍ଚିମ ଓଡ଼ିଶା ସମେତ ଛତିଶଗଡ ରାଜ୍ୟର ଶତାଧିକ କବିଙ୍କ କବିତାପାଠ ଉପସ୍ଥିତ ଶ୍ରୋତାଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । କ୍ରାନ୍ତିକବି ହରିଲାଲ ସାହୁ କବି ରାମ ପ୍ରସାଦ ବାଗ, ଅଧିକାରୀ ସା, କିଶୋର ସାହୁ, ଶେଖ ଜଲିଲ, ଅହଲ୍ୟା ପ୍ରଧାନ, ସତ୍ୟାନନ୍ଦ ଭୁଏ, ଗୌରଚରଣ ସା, ସାଇନା ସା, ଦୁର୍ବାଦଳ ମେହେର, ଅଶ୍ଵିନୀ ସାହୁ, ଗୋପାଲ ବେସେରା, ଜଟାଧାରୀ ପ୍ରଧାନ, ଲକ୍ଷ୍ମଣ ମଲ୍ଲିକ, ଲକ୍ଷ୍ମଣ ସୁନା, ସୁଶିଲ ବୁଦ୍ଧିଆ, ନମିତା ଦୀପ ଯାଦବ, ବିକାଶ ବାଗ, ରାକେଶ ସାହୁ, ସୁବାସ ଭୁଏ, ସୁବାସ ମେହେର, ତରଣୀସେନ ଗୁରୁ, ନିତ୍ୟାନନ୍ଦ ଭୋଇ, ଦିଲିପ ସାହୁ, ପରାଗ ସାହୁ, ମୋହିତ ସାହୁ, ସନୟ ମେହେର, କେଶବ କଲେତ, ଲଲିତ ବାରିକ, ନବୀନ ବାଗ, ରୋହିତ ମେହେର, ନକୁଲ ମେହେର ପ୍ରମୁଖ ସ୍ୱରଚିତ କବିତା ଆବୃତ୍ତି କରିଥିଲେ । ସମାବେଶରେ ଉପସ୍ଥିତ ସଂଗଠକ ଅଶୋକ କୁମାର ପୂଜାହାରୀ ଏବଂ ଦିଲ୍ଲିପ କୁମାର ଦେବତା ଧନପତି ମହାପାତ୍ର ଡ଼ ସୁବାସ ମେହେର ସମଲପୁରୀ ଦିନ ପାଳନର ମହତ୍ତ୍ୱ ଉପରେ ସ୍ୱକୀୟ ମତପୋଷଣ କରିଥିଲେ । ସମାବେଶର ବିଭିନ୍ନ ପର୍ଯ୍ୟାୟରେ କଣ୍ଠଶିଳ୍ପୀ ଅଜିତ ପାଣିଗ୍ରାହୀ, ସୌଭାଗ୍ୟଲକ୍ଷ୍ମୀ ଦାଶ, ମଞ୍ଜୁଲତା ସତପଥୀ ଓ ରଂଜିତ ପ୍ରଧାନ ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ । ବରଗଡ ଜିଲ୍ଲା ସଂସ୍କୃତି ବିଭାଗ ପ୍ରୟୋଜନାରେ ବୋଧନ କଳା ପରିଷଦ ତୋରା ତରଫରୁ ଗଣ୍ଡାବଜା ଓ ସମ୍ବଲପୁରୀ ନୃତ୍ୟ ପ୍ରଦର୍ଶନ କରାଯାଇଥିଲା । ସମାରୋହ ଆୟୋଜନରେ ଉମେଶ ପଧାନ ବିକାଶ ଚନ୍ଦ୍ର ସାହୁ, ନୀତିଶ ଚନ୍ଦ୍ର ଆଚାର୍ଜ, କୁମୁଦ ବାରିକ, ନିକାନ୍ତ ପ୍ରଧାନ ଚିତ୍ତ ଭୋଇ, ଅବନିକାନ୍ତ ପ୍ରଧାନ, ଜନତା ପ୍ରଧାନ, ପ୍ରମୋଦ ଭୋଇ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ । ଶେଷରେ ଅନ୍ୟତମ ଆୟୋଜକ ରଞ୍ଜନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

13 − ten =