pakka

ଜିଲ୍ଲା ଓକିଲ ସଂଘ କାର୍ଯ୍ୟକାରୀ କମିଟି ଓ ନାରରିକ କମିଟିଙ୍କ ସହ ବରଗଡ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ବୈଠକ

bbehera

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଓକିଲ ସଂଘ ସଭାପତି ଚନ୍ଦ୍ରଧ୍ଵଜ ଜାଲଙ୍କ ସଭାପତିତ୍ୱ ଓ ସମ୍ପାଦକ ହରିହର ପ୍ରଧାନଙ୍କ ସଂଯୋଜନାରେ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଜିଲ୍ଲା ଓକିଲ ସଂଘର କାର୍ଯ୍ୟକାରୀ କମିଟି, ନାରରିକ କମିଟି ଓ ବରଗଡ ଆରକ୍ଷୀ ଅଧୀକ୍ଷକ ସ୍ମିଥ ପି ପାରମାର ମଧ୍ୟରେ ମିଳିତ ବୈଠକରେ ବରଗଡ ବିକାଶ ଫାଷ୍ଟ ଷ୍ଟେପରେ ପ୍ରଥମ ଶ୍ରେଣୀ ଛାତ୍ର ଆଦିତ୍ୟରାଜ ସାହୁର ହୋଇଥିବା ଅଭାବନୀୟ ପରିସ୍ଥିତିରେ ମୃତ୍ୟୁ ଏବଂ ତତ୍ ପରବର୍ତ୍ତୀ ସମୟରେ ଅବିଭାବକ ମାନେ ସ୍କୁଲକୁ ଏହି ଘଟଣା ବିଷୟରେ ବୁଝିବାକୁ ଯିବା ବେଳେ ଘଟିଥିବା ଘଟଣା ଓ ତାକୁ ନେଇ ପୋଲିସର ଅବିଭାବକମାନଙ୍କ ଉପରେ ଆକ୍ରୋଶମୂଳକ ଭାବରେ କରିଥିବା ମିଥ୍ୟା ଅଭିଯୋଗ ସମ୍ପର୍କରେ ସକାରାତ୍ମକ ଆଲୋଚନା ଅନୁଷ୍ଠିତ ହୋଇଥିଲା । ବୈଠକରେ ଉପସ୍ଥିତ ସମସ୍ତଙ୍କ ମନ୍ତବ୍ୟ ଅତ୍ୟନ୍ତ ଧିର ଚିତ୍ତରେ ଶୁଣିବା ପରେ ଆରକ୍ଷୀ ଅଧୀକ୍ଷକ ଶ୍ରୀ ପାରମାର ଉପସ୍ଥିତ ସମସ୍ତଙ୍କୁ ପ୍ରତିଶୃତି ଦେଇ କହିଥିଲେ ଯେ କୋମଳମତି ଶିଶୁର ମୃତ୍ୟୁ ଘଟଣାର ନିରପେକ୍ଷ ତଦନ୍ତ କରାଯାଉଛି । ଏହାର ତଦନ୍ତରେ ତିଳେ ମାତ୍ର ଅବହେଳା କରାଯିବ ନାହିଁ । ଆଦିତ୍ୟରାଜର ମୃତ୍ୟୁ ଘଟଣାରେ ନ୍ୟାୟ ଦେବା ସକାଶେ ପୋଲିସ ପକ୍ଷରୁ ସମସ୍ତ ପ୍ରକାର ନିରପେକ୍ଷ ତଦନ୍ତ ଜାରି ରହିଛି ବୋଲି ସେ ନିର୍ଭର ପ୍ରତିଶୃତି ଦେଇଥିଲେ । ସେହିପରି ଏହି ଘଟଣା ପରେ ସ୍କୁଲକୁ ଯାଇଥିବା ଅବିଭାବକ ମାନଙ୍କ ସହ ଆଲୋଚନା ବେଳେ ସେଠାରେ ଉପସ୍ଥିତ ପୋଲିସ ଏସ୍‌ଡିପିଓ ଦୀପକ ଗୋଚ୍ଛାୟତଙ୍କ ଅବିଭାବକ ମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହ ବରଗଡ ପ୍ରତି ହୀନ ମନ୍ତବ୍ୟ ଦେବା, ପରବର୍ତ୍ତୀ ସମୟରେ ଆକ୍ରୋଶମୂଳକ ଭାବରେ ଅବିଭାବକମାନଙ୍କ ନାମରେ ଏତଲା ଦାୟର କରିବା ଏବଂ ତାକୁ ନେଇ ବରଗଡ ବନ୍ଦ ହେବା ଭଳିଆ ପରିସ୍ଥିତି ସୃଷ୍ଟି ହେବା ବିଷୟରେ ନିଜର ମତ ରଖି ଶ୍ରୀ ପାରମାର କହିଥିଲେ ଯେ, ଏହା ଅତ୍ୟନ୍ତ ସମ୍ବେଦନଶୀଳ ବିଷୟ ଅଟେ ଏବଂ ତାକୁ ସେ ଗୁରୁତ୍ୱର ସହ ନେଇଛନ୍ତି । ଏହା ସହ ଶ୍ରୀ ପାରମାର ବରଗଡ ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନରେ ଛାତ୍ର ଛାତ୍ରୀଙ୍କ ସୁରକ୍ଷା ଓ ନିରାପତ୍ତାକୁ ନେଇ ସେ ବରଗଡ ଜିଲ୍ଲାପାଳଙ୍କ ସହ ସରକାରୀ ନିୟମାବଳୀ ଅନୁସାରେ ଯାହା ସବୁ ମାର୍ଗଦର୍ଶିକା ରହିଛି ତାହା ଉପରେ ଆଲୋଚନା କରି ସେ ବିଷୟରେ ତ୍ୱରିତ ପଦକ୍ଷେପ ନେବା ପାଇଁ ଆଲୋଚନା କରିବେ ବୋଲି ପ୍ରତିଶୃତି ଦେଇଥିଲେ । ଉପସ୍ଥିତ ସମସ୍ତେ ଆରକ୍ଷୀ ଅଧିକ୍ଷକଙ୍କୁ ଜିଲ୍ଲାର ଆଇନ ଶୃଙ୍ଖଳା ପରିସ୍ଥିତି, ଟ୍ରାଫିକ ସମସ୍ୟା, ଯୁବପିଢି ମଧ୍ୟରେ ନିଶା କାରବାର ବୃଦ୍ଧି ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ । ଶ୍ରୀ ପାରାମାର ଏହି ସବୁ ବିଷୟରେ ମଧ୍ୟ ନିଶ୍ଚିତ ଦୃଷ୍ଟି ଦେବେ ବୋଲି କହିବା ସହ ବରଗଡ ପୋଲିସର ସହାୟତା ପାଇବାରେ ଯେ କୌଣସି ସ୍ଥାନରେ ଅସୁବିଧା ହେଉଛି ତାହେଲେ ଆବଶ୍ୟକ ସ୍ଥଳେ ତାଙ୍କର ବ୍ୟକ୍ତିଗତ ଦୃଷ୍ଟି ଗୋଚରକୁ ଆଣିବାକୁ ଅନୁରୋଧ କରିଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଓକିଲ ସଂଘ ଯୁଗ୍ମ ସମ୍ପାଦକ ରାଜେନ୍ଦ୍ର ମହାନ୍ତି, କାର୍ଯ୍ୟକାରୀ କମିଟି ସଦସ୍ୟ ଶିରିଶ ବଲ୍ଲଭ ମିଶ୍ର, ସୁରେଶ ଚନ୍ଦ୍ର ଶତପଥୀ, ଶଙ୍କର୍ଷଣ ମିଶ୍ର, ସରୋଜ ଷଡ଼ଙ୍ଗୀ, ଅନୁପ ଶତପଥୀ, ସୁଧୀର ଦେବତା, ଶୁକଦେବ ସାହୁ, ବରଗଡ ସାମ୍ବାଦିକ ସଂଘ ସଭାପତି ଶଙ୍କର ବଲ୍ଲଭ ମିଶ୍ର, ସମ୍ପାଦକ ପ୍ରେମାନନ୍ଦ ଖମାରୀ, ବରିଷ୍ଠ ସଦସ୍ୟ ପ୍ରସନ୍ନ ମିଶ୍ର, ନାଗରିକ କମିଟିରୁ ବିରେନ୍ଦ୍ର ପ୍ରଧାନ, ମନୋହର ପ୍ରଧାନ, ସଂଗ୍ରାମ ନେପାକ, ଆଦିତ୍ୟରାଜର ବାପା ଉମେଶ ସାହୁ, ବିଶ୍ଵ ସାହୁ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ବୋଲି ଜିଲ୍ଲା ଓକିଲ ସଂଘ ସମ୍ପାଦକ ହରିହର ପ୍ରଧାନ ଜଣାଇଛନ୍ତି ।

Leave A Reply

Your email address will not be published.

14 − 12 =