
ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବିନ୍ଧ୍ୟବାସିନୀ ସ୍ନାତକ ମହାବିଦ୍ୟାଳୟରେ ଛାତ୍ର ସଂସଦ କର୍ମକର୍ତ୍ତା ଚୟନ ପ୍ରକ୍ରିୟାର ଫଳାଫଳ ପ୍ରକାଶ ପାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଲୋହିତ କୁମାର ବାରିକଙ୍କ ତତ୍ତ୍ଵାବଧାନରେ ଏହି ଚୟନ ପ୍ରକ୍ରିୟା ସଂପନ୍ନ ହୋଇଛି । ଏହି ଅବସରରେ ଅଧ୍ୟାପକ ପ୍ରଭାତ କୁମାର ବିଶ୍ୱାଳ, ପ୍ରଦୀପ୍ତ କୁମାର ସାହୁ, ପ୍ରଦୀପ କୁମାର ଦେୱାନ, ମୀନା କୁମାରୀ ସାହୁ ଉପସ୍ଥିତ ରହି ଚୟନ ପ୍ରକ୍ରିୟାରେ ସହଯୋଗ କରିଥିଲେ । ଏହି ଚୟନ ପ୍ରକ୍ରିୟାରେ ସଭାପତି ଭାବେ ସୁରଜ ପ୍ରଧାନ, ଉପ ସଭାପତି ଭାବେ ଚନ୍ଦନ ବାରିକ, ସାଧାରଣ ସମ୍ପାଦକ ଭାବେ ଋତୁରାଜ ସାହୁ, ଡ଼ା ଏ ସିଂ ସାହୁ କ୍ରୀଡ଼ା ସଂପାଦକ ଓ ସୁମିତ ମୁଆନି ସାଂସ୍କୃତିକ ସଂପାଦକ ଭାବରେ ଚୟନିତ ହୋଇଛନ୍ତି । ସେହିପରି ଲିସା ସାହୁ ମହାବିଦ୍ୟାଳୟ ପତ୍ରିକାର ପ୍ରତିନିଧି, ରୋଜି ସା ଗାର୍ଲସ କମନ ରୁମ ସେକ୍ରେଟେରୀ ଓ ଦିବ୍ୟଙ୍କା ଭୋଇ ସାହିତ୍ୟ ସଂସଦ ସେକ୍ରେଟେରୀ, ମଳୟ ମିଶ୍ର, ଡାଇମଣ୍ଡ ସାହୁ, ଆୟୁଷ ସାହୁ ଶ୍ରେଣୀ ପ୍ରତିନିଧି ଭାବେ ମନୋନୀତ ହୋଇଛନ୍ତି । ମହାବିଦ୍ୟାଳୟର ଶୈକ୍ଷିକ ବାତାବରଣର ବିକାଶ, ଛାତ୍ରଛାତ୍ରୀଙ୍କ ସମସ୍ୟାର ସମାଧାନ, ଶୃଙ୍ଖଳା ରକ୍ଷା ଏବଂ କ୍ରୀଡା ଓ ସାଂସ୍କୃତିକ କାର୍ଯ୍ୟକଳାପରେ ଛାତ୍ରଛାତ୍ରୀଙ୍କ ସକ୍ରିୟ ଅଂଶ ଗ୍ରହଣ ଦିଗରେ ନବ ନିର୍ବାଚିତ ପ୍ରତିନିଧି ମାନେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ନିର୍ବାହ କରିବେ ବୋଲି ଆଶା ପ୍ରକାଶ ପାଇଛି ।