
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ସରକାରୀ କଲେଜରେ ସଭାପତି ପଦରେ ବାଜିମାତ୍ କରିଛି ଏବିଭିପି । ଏବିଭିପି ସମର୍ଥିତ ପ୍ରାର୍ଥୀ ସୌମ୍ୟରଞ୍ଜନ ପଟେଲ ସଭାପତି ପଦରେ ବିଜୟୀ ହୋଇଥିବା ନେଇ ଖବର ମିଳିଛି । ଏହି ବିଜୟ ପରେ ଏବିଭିପି ଶିବିରରେ ଉତ୍ସାହ ଦେଖିବାକୁ ମିଳିଛି । ଛାତ୍ର ସଂସଦ ନିର୍ବାଚନକୁ ନେଇ କଲେଜ ପରିସରରେ ରାଜନୈତିକ ଉଷ୍ମତା ଲାଗି ରହିଥିବା ବେଳେ ସଭାପତି ପଦରେ ଏବିଭିପି ସମର୍ଥିତ ପ୍ରାର୍ଥୀଙ୍କ ବିଜୟ ସଂଗଠନ ପାଇଁ ଏକ ବଡ଼ ସଫଳତା ବୋଲି କୁହାଯାଉଛି ।