ହିତାଧିକାରୀଙ୍କ ପକ୍ଷରୁ ୧୦ ମାସର ଚାଉଳ ପାଇନଥିବା ଅଭିଯୋଗ

ତୁରେକେଲା, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଲକ୍‌ ଅନ୍ତର୍ଗତ ବଡ଼ବାଙ୍କି ଗ୍ରା.ପ.ର ବଡ଼ବାଙ୍କି ଗାଁର କୁନ୍ଦି ନିଆଲ(୭୦) ବିପିଏଲ୍‌. କାର୍ଡ ଥାଇ ମଧ୍ୟ ୧୦ ମାସର ଚାଉଳ ପାଇ ନଥିବା ଅଭିଯୋଗ କରିଛନ୍ତି । ସଂପୃକ୍ତ ବିଧବା ବୃଦ୍ଧା ଜଣକ ଅତ୍ୟନ୍ତ ଗରିବ ହୋଇଥିବା ବେଳେ କିଛି ବିପିଏଲ୍‌ ଚାଉଳ ପାଇ କଷ୍ଟେ ମଷ୍ଟେ ଜୀବନ ବିତାଇଥାନ୍ତି । କିନ୍ତୁ ଏବେ ବିପିଏଲ୍‌ ଚାଉଳ ନ ମିଳିବାରୁ ଖୁବ୍‌ କଷ୍ଟରେ ଦିନ ଅତିବାହିତ କରୁଥିବା ପାଖ ପଡେ଼ାଶୀ କହିଥିବା ବେଳେ ତାଙ୍କୁ ତୁରନ୍ତ ଗ୍ରାମ ପଞ୍ଚାୟତ ପକ୍ଷରୁ ବିପିଏଲ୍‌ ଚାଉଳ ପ୍ରଦାନ ପାଇଁ ଦାବୀ କରିଛନ୍ତି ।

Leave A Reply

Your email address will not be published.