କ୍ୱାରେନ୍‌ଟାଇନ୍‌ ସେଂଟର୍‌ରେ ଚୌକିଦାର କାମ କରିଥିବା ରାମଚନ୍ଦ୍ରଙ୍କୁ ମିଳିନାହିଁ ମଜୁରୀ

ତୁରେକେଲା, (କୈଳାଶ ସଗ୍ରିଆ) : କରୋନା ସଂକ୍ରମଣ ଭୟରେ ପ୍ରବାସୀ ଶ୍ରମିକମାନଙ୍କ ପାଖ ମାଡ଼ିବାକୁ ଲୋକେ ଆଶଙ୍କା କରୁଥିବା ବେଳେ ସଂପୃକ୍ତ ବ୍ଲକ୍‌ର ବଡ଼ବାଙ୍କି ଗ୍ରା.ପ. ଅନ୍ତର୍ଗତ ମୁରିବାହାଲ ଗାଁର ରାମଚନ୍ଦ୍ର ହାତୀ(୭୦) ପ୍ରବାସୀ ଶ୍ରମିକମାନଙ୍କୁ ରଖା ଯାଉଥିବା କ୍ୱାରେନ୍‌ଟାଇନ୍‌ ସେଂଟର୍‌ରେ ଦିନରାତି ଚୌକିଦାର କାମ କରିଥିଲେ । କିନ୍ତୁ ତାଙ୍କୁ ଆଜି ପର୍ଯ୍ୟନ୍ତ ତାଙ୍କୁ ମଜୁରୀ ମିଳି ନଥିବା ସେ ଅଭିଯୋଗ କରିଛନ୍ତି । ତାଙ୍କ କହିବା ଅନୁସାରେ ଦିନରାତି ମିଶି ପ୍ରତ୍ୟହ ୫୦୦ ଟଙ୍କା ଲେଖାଏଁ ଦେବା ପାଇଁ ତାଙ୍କୁ ସରପଞ୍ଚ କହିଥିଲେ । କିନ୍ତୁ ଆଜିଯାଏଁ ଏ ଗରିବ ବୃଦ୍ଧ ଜଣକ ତାଙ୍କ ମଜୁରୀ ପାଇଁ ଅନେଇ ବସିଛନ୍ତି । ତୁରନ୍ତ ତୁରେକେଲା ବ୍ଲକ୍‌ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଜନସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.