ଟ୍ୟୁରିଷ୍ଟ ପ୍ଲେନ୍‌ ଓ ମାଇକ୍ରୋଲାଇଟ୍‌ ଏୟାର୍‌କ୍ରାଫ୍ଟ ଧକ୍କା : ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ

ପେରିସ୍‌ : ପଶ୍ଚିମୀ ଫ୍ରାନ୍ସରେ ଏକ ପର୍ଯ୍ୟଟକ ବିମାନ ଏବଂ ମାଇକ୍ରୋଲାଇଟ୍‌ ଏୟାର୍‌କ୍ରାଫ୍ଟ ମଧ୍ୟରେ ସାମ୍ନାସାମ୍ନି ଧକ୍କା ହୋଇଥିବା ସୂଚନା ମିଳିଛି । ସ୍ଥାନୀୟ ସରକାର ଏ ସଂପର୍କରେ ଗତକାଲି ସୂଚନା ଦେଇଛନ୍ତି । ଜଣେ ସରକାରୀ ଅଧିକାରୀ କହିଛନ୍ତି ଯେ, ମାଇକ୍ରୋଲାଇଟ୍‌ରେ ଦୁଇ ଜଣ ଥିଲେ । ଏହା ଏକ ଡିଏ୪୦ ପର୍ଯ୍ୟଟକ ବିମାନକୁ ଧକ୍କା ଦେଇଥିଲା, ଯେଉଁଥିରେ ୩ ଜଣ ରହିଥିଲେ । ଏହି ଦୁର୍ଘଟଣା ସ୍ଥାନୀୟ ସମୟାନୁସାରେ ଦ୍ୱିପହର ପାଖାପାଖି ସାଢେ଼ ୪ଟାରେ ଲୋସେଜ୍‌ରେ ଘଟିଥିଲା । ତେବେ ଟ୍ୟୁରିଷ୍ଟ ପ୍ଲେନ୍‌ ଓ ମାଇକ୍ରୋଲାଇଟ୍‌ ଏୟାର୍‌କ୍ରାଫ୍ଟ ସମସ୍ତ ଆରୋହୀଙ୍କ ମୃତ୍ୟୁ ହୋଇଥିବା କୁହାଯାଇଛି ।

Leave A Reply

Your email address will not be published.