ଅସହାୟ ବିଧବା ମହିଳାଙ୍କୁ ମିଳୁନି ଭତ୍ତା

ତୁରେକେଲା, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଲକ୍‌ ବଡ଼ବାଙ୍କି ଗାଁରେ ରୁହନ୍ତି ଅସହାୟ ବିଧବା ମହିଳା ପଙ୍କଜ ଧରୁଆ । ଗତ ଜୁଲାଇ ୨୭ ତାରିଖରେ ସ୍ୱାମୀ ପେଟ ରୋଗରେ ପଡ଼ି ଆରପାରିକୁ ଚାଲିଗଲେ । ସେ ଚାଲିଯିବା ପରେ ଗରିବ ବିଧବା ପଙ୍କଜଙ୍କ ପାଇଁ ନିଜ ପିଲାଙ୍କ ମୁହଁରେ ମୁଠେ ଆହାର ଦେବା ବଡ଼ କଷ୍ଟ ହୋଇପଡ଼ିଛି । ସରକାରଙ୍କ ନିୟମ ଅନୁସାରେ ସେ ବିଧବା ଭତ୍ତା ପାଇଁ ବାରମ୍ବାର ସରପଞ୍ଚଙ୍କୁ ଗୁହାରୀ କରିଛନ୍ତି । କିନ୍ତୁ ତାଙ୍କ ଗୁହାରୀ କେହି ଶୁଣୁ ନଥିବା ଖୁବ୍‌ ଦୁଃଖର ସହ କହିଛନ୍ତି । ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଦୃଷ୍ଟି ଦେଇ ଏହି ଅସହାୟ ବିଧବା ମହିଳାଙ୍କୁ ଭତ୍ତା ପ୍ରଦାନ ପାଇଁ ବ୍ୟବସ୍ଥା କରାଯିବାକୁ ସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.