ବଘଲା ଗ୍ରାମର ଦୂର୍ଗାପୂଜା ପାଇଁ ମୂର୍ତ୍ତି କାମ ଆରମ୍ଭ

ଚନ୍ଦନଭାଟି, (ରାଜେଶ ଦଣ୍ଡସେନା) : ଚନ୍ଦନଭାଟି ପଞ୍ଚାୟତ ଅନ୍ତର୍ଗତ ବଘଲା ଗ୍ରାମରେ ବହୁ ବର୍ଷରୁ ଦୁର୍ଗାପୂଜା ହୋଇ ଆସୁଥିବା ବେଳେ ଅଞ୍ଚଳରେ ବେଶ ସୁନାମ ଅର୍ଜନ କରିଛି ଏହି ଗାଁର ଦଶହରା ପର୍ବ । ଏବର୍ଷ କରୋନା ମହାମାରୀ ପାଇଁ ସବୁ ପର୍ବପର୍ବାଣୀ ଖାଁ ଖାଁ ଲାଗୁଛି ସତ, ହେଲେ ବହୁଦିନରୁ ପାରମ୍ପରିକ ରୀତିରେ ଚାଲି ଆସୁଥିବା ଏହି ପର୍ବ ଏ ବର୍ଷ ନିରାଡମ୍ବର ଭାବେ ହେଲେ ବି ନୀତି ଅନୁସାରେ ପୂଜା କରାଯିବ ବୋଲି କମିଟି ତରଫରୁ କୁହାଯାଇଛି । ପୂଜା ପାଖେଇ ଆସୁଥିବାରୁ ଆଜିଠୁ ବଲାଙ୍ଗିର ଠିକାଦାରପଡାରୁ ଆସିଥିବା କାରିଗର ପ୍ରଦୀପ କୁମାର ରଣା, ହେମନ୍ତ ରଣା ଏବଂ ନବ ରଣା ତାଙ୍କ କାରିଗରି ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି ।

Leave A Reply

Your email address will not be published.