ନବଜାତ ଶିଶୁ ମୃତ୍ୟୁକୁ ନେଇ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଉତ୍ତେଜନା

ବାଲେଶ୍ୱର, (କେପିଏନ୍‌ଏସ୍‌) : ବାଲେଶ୍ୱର ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ ପରିସରରେ ନବଜାତ ଶିଶୁ ମୃତ୍ୟୁକୁ ନେଇ ଚିକିତ୍ସା ଅବହେଳା ଅଭିଯୋଗରେ ଉତ୍ତେଜନା ସୃଷ୍ଟି ହୋଇଛି । ସୂଚନା ଅନୁସାରେ ଅଲନ୍ଦାସାର ଗାଁର ଜୟଶ୍ରୀ ବାରିକଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଲୟରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ଗତ କାଲି ଜୟଶ୍ରୀ ସନ୍ଧ୍ୟ ୬ଟା ସମୟରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିବା ନେଇ ଚିକିତ୍ସାଲୟ ପକ୍ଷରୁ ସୂଚନା ଦିଆଯାଇଥିଲା । ହେଲେ ୧ଘଣ୍ଟା ପରେ ନବଜାତକର ମୃତ୍ୟୁ ହୋଇଥିବା ଜାଣିବାକୁ ପାଇଥିଲେ ପରିବାର ଲୋକେ । ମେଡିକାଲ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଏସବୁ ହେଲା ବୋଲି ଅଭିଯୋଗ କରି ଚିକିତ୍ସାଳୟ ପରିସରରେ ପରିବାର ସହିତ ସ୍ଥାନୀୟ ଲୋକେ ଉତ୍ତେଜନା ସୃଷ୍ଟି କରି ଧାରଣାରେ ବସିଥିଲେ । ସିଡିଏମ୍‌ଓ ଏବଂ ଏଡିଏମ୍‌ ପହଚିଂବା ପରେ ଧାରଣାରେ ବସିଥିବା ଲୋକଙ୍କ ସହିତ ଆଲୋଚନା କରିଥିବା ଖବର ମିଳିଛି ।

Leave A Reply

Your email address will not be published.