ମିଳିଲାନି ଆମ୍ବୁଲାନ୍ସ : ଗର୍ଭବତୀ ସ୍ତ୍ରୀଙ୍କୁ ପୁରୀରୁ କଟକ ଟ୍ରଲିରେ ବୋହିଲେ ସ୍ୱାମୀ

ପୁରୀ : ସତ୍ୟବାଦୀ ବ୍ଲକ ଅର୍ନ୍ତଗତ ଦାସବିଦ୍ୟାଧପୁର ଗ୍ରାମର କବୀର ଭୋଇଙ୍କ ଗର୍ଭବତୀ ଧମପତ୍ନୀ ସୁକାନ୍ତିଙ୍କ ଚିକତ୍ସା ପାଇଁ ପୁରୀରୁ କଟକ ପ୍ରାୟ ୯୦ କିଲୋ ମିଟର ଟ୍ରଲିରେ ବୋହିଥିବା ଭଳି ଏକ ଅଭାବନୀୟ ଖବର ମିଳିଛି । ପ୍ରାୟ ୮ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ କଟକର ଶ୍ରୀରାମ ଚନ୍ଦ୍ର ଭଂଜ ଡାକ୍ତରଖାନାକୁ ପହଂଚାଇଥିଲେ । କବୀରଙ୍କ କହିବାନୁସାରେ ୧୦ ଦିନ ତଳେ ତାଙ୍କ ପତ୍ନୀ ରୋଗରେ ପଡିଥିଲେ । ତାଙ୍କ ଚିକିତ୍ସା ପାଇଁ ଜିଲ୍ଳା ସଦର ଡାକ୍ତରଖାନାରେ ୫ ଦିନ ଧରି ଭର୍ତ୍ତି କରିଥିଲେ ହେଁ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୋ÷ଣସି ସୁଧାର ଆସିନଥିବା ନେଇ ଡାକ୍ତର କଟକ ମେଡିକାଲକୁ ସ୍ଥାନାନ୍ତର କରିବା ପାଇଁ ପରାମର୍ଶ ଦେଇଥିଲେ । ହେଲେ କବୀରଙ୍କ ବହୁଚେଷ୍ଟା ସତ୍ତେ୍ୱ ବି ମିଳିନଥିଲା ଆମ୍ବୁଲାନ୍ସ । ଅଟୋରିକ୍ସା ଚାଲକଙ୍କ ସହ ଯୋଗାଯୋଗ କରିଥିଲେ ମଧ୍ୟ ୧୨୦୦ ଟଙ୍କା ଭଡା ଦାବୀ କରିଥିଲେ, ଯାହାକି ଟ୍ରଲି ଚଳାଇ ପେଟ ପୋଷୁଥିବା କବୀରଙ୍କ ପାଇଁ ସମ୍ଭବ ନୁହେଁ । କିନ୍ତୁ ପତ୍ନୀଙ୍କ ଜୀବନ ବଚାଂଇବାକୁ ପଛେଇ ନଥିଲେ ସେ । ଏକ ଟ୍ରଲିରେ ଶୁକ୍ରବାର ଦିନ ପୁରୀରୁ କଟକ ଡାକ୍ତରଖାନା ପହଂଚାଇଥିଲେ । ଏବେ ସାଧାରଣରେ ପ୍ରଶ୍ନ ଯେ, ଜିଲ୍ଳାରେ ମାଗଣା ଆମ୍ବୁଲାନ୍ସ ସେବା କେଉଁଠି ?

Leave A Reply

Your email address will not be published.