jayashree

ଡବଲ ଇଞ୍ଜିନ ସରକାରଙ୍କ ଦୋହରା ନୀତି

  • ପୁଞ୍ଜିପତିଙ୍କ କୋଟି କୋଟି ଟଙ୍କା ଋଣ ଛାଡ଼, ଚାଷୀଙ୍କୁ ଋଣ ଛାଡ଼ ମନା

ବରଗଡ, (ମୁନ୍ନା ସାହୁ) : ଚାଷୀଙ୍କ ଋଣ ଛାଡ଼ ଓଡିଶା ସରକାରଙ୍କ ଏଜେଣ୍ଡାରେ ନାହିଁ ବୋଲି କହିଛନ୍ତି କୃଷିମନ୍ତ୍ରୀ କେଭି ସିଂହଦେଓ ହେଲେ ଅନ୍ୟପଟେ ଦେଶର ୪୩ଟି କମ୍ପାନୀର ପୁଞ୍ଜିପତିମାନଙ୍କ ୩ ଲକ୍ଷ ୪୪ହଜାର କୋଟି ଟଙ୍କା ଛାଡ଼ ହୋଇଥିବା ଅଭିଯୋଗ କରିଛି ଆମ୍ ଆଦମୀ ପାର୍ଟି । ବରଗଡ଼ ପାର୍ଟି କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇ ଆପ୍ ରାଜ୍ୟ ସମ୍ପାଦକ ଭବାନୀ ସାହୁ କହିଛନ୍ତି ଯେ, ଓଡିଶାରେ ବନ୍ୟା ପରିସ୍ଥିତି ଯୋଗୁଁ ଅନେକ ଜିଲ୍ଲାରେ ଫସଲ କ୍ଷତି ହେବା ସହ ଚାଷୀଙ୍କ ଆର୍ଥିକ ସ୍ଥିତି ଦୋହଲି ଯାଇଛି । ସେଥିପାଇଁ ଚାଷୀଙ୍କ ଋଣ ଛାଡ଼ କରାଯାଉ ବୋଲି ଚାଷୀମାନେ ଦାବୀ କରୁଥିବା ବେଳେ ଋଣ ଛାଡ଼ ସରକାରଙ୍କ ଏଜେଣ୍ଡାରେ ନାହିଁ ବୋଲି କୃଷି ମନ୍ତ୍ରୀ କହିବା ହାସ୍ୟାସ୍ପଦ ବୋଲି ଶ୍ରୀ ସାହୁ କହିଛନ୍ତି । ଅନ୍ୟପଟେ ପୁଞ୍ଜିପତି ସୁଭାଷ ଚନ୍ଦ୍ରାଙ୍କ ୨୨ହଜାର କୋଟି ଋଣକୁ ମାତ୍ର ୬. ୫ କୋଟିରେ ସମାଧାନ କରିଦେଇଥିବା ବିଡମ୍ବନାର ବିଷୟ ବୋଲି କହିଛନ୍ତି । ଅନ୍ୟପଟେ ଚାଷୀ, ଛାତ୍ର, ଶ୍ରମିକ, ସାଧାରଣ ଲୋକଙ୍କ ଉପରେ ଥିବା କୃଷି, ଶିକ୍ଷା, ହାଉସିଂ ଲୋନକୁ ବ୍ୟାଙ୍କ ଗୁଡିକ କଡା କଡ଼ି ଭାବେ ଆଦାୟ କରୁଥିବା ବେଳେ ଏହି ପୁଞ୍ଜିପତି ମାନଙ୍କୁ ଏତେ ଅନୁକମ୍ପା କାହିଁକି ବୋଲି ଶ୍ରୀ ସାହୁ ପ୍ରଶ୍ନ କରିଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ସମ୍ପାଦକ ସ୍ୱରୂପ ଭୋଇ ମଧ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.