ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ରେଞ୍ଜର ପ୍ରଶାନ୍ତ କୁମାର ନାଏକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ମୁରିବାହାଲ, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ରେଞ୍ଜର ପ୍ରଶାନ୍ତ କୁମାର ନାଏକଙ୍କ ଘରେ ଚାଲିଛି ଭିଜିଲାନ୍ସ ଚଢ଼ାଉ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ଏକକାଳୀନ ତିନୋଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ ବିଭାଗ । ମୁରିବାହାଲ ରେଞ୍ଜ ଅଫିସ କାର୍ୟ୍ୟାଳୟ , ଟିଟିଲାଗଡ଼ ହାଟପଡାପଡା ବାସଭବନ ସମେତ ବେଲପଦର ଫାର୍ମ ହାଉସ ଠାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ ଜାରି ରହିଛି । ମୁରିବାହାଲ ରେଞ୍ଜର ପ୍ରଶାନ୍ତ କୁମାର ନାଏକ ବେଆଇନ ଆୟ ବହିର୍ଭୁତ ସମ୍ପତି ଠୁଳ କରିଥିବା ଅଭିଯୋଗରେ ଆଜି ବଲାଙ୍ଗିର, ସମ୍ବଲପୁର ଓ ବରଗଡ ଭିଜିଲାନ୍ସ ପକ୍ଷରୁ ମିଳିତ ଭାବେ ଚଢ଼ାଉ କରାଯାଇଥିବା ସୂଚନା ମିଳିଛି । ଟିଟିଲାଗଡ ହାଟପଦାପଡା ଠାରେ ଏକ ଟ୍ରିପଲ୍ ଷ୍ଟେୟାର୍ ବିଲଡିଂ ସହ ଘରୁ ନଗଦ ଟଙ୍କା ଓ ଆପତ୍ତିଜନକ କାଗଜପତ୍ର ଠାବ ହୋଇଥିବା ସୂଚନା ମିଳିଛି । ଭିଜିଲାନ୍ସର ଚଢାଉ ଜାରି ଅଛି । ମୁରିବାହାଲ ଠାରେ ବରଗଡ ଭିଜିଲାନ୍ସ ଏସପି ପରମେଶ୍ୱର କିଶାନଙ୍କ ନେତୃତ୍ୱରେ ଚଢାଉ କରାଯାଇଥିବା ବେଳେ ଟିଟିଲାଗଡ ହାଟପଦାପଡାରେ ସମ୍ବଲପୁର ଭିଜିଲାନ୍ସ ଡିଏସପି ଦାଶରଥି ସେଠୀ ଚଢାଉର ନେତୃତ୍ୱ ନେଇଛନ୍ତି ।

Leave A Reply

Your email address will not be published.