କୃଷକ ଆନ୍ଦୋଳନ : ଆଜି ସରକାର ଏବଂ କୃଷକଙ୍କ ମଧ୍ୟରେ କଥାବାର୍ତ୍ତା, ଅମରିନ୍ଦର ଭେଟିବେ ଶାହାଙ୍କୁ

ନୂଆଦିଲ୍ଲୀ : କୃଷି ଆଇନ ପ୍ରସଙ୍ଗରେ ଚାଷୀଙ୍କ ପ୍ରତିବାଦ ଜୋର୍‌ସୋର୍‌ରେ ଜାରି ରହିଛି । ଏହି ଆନ୍ଦୋଳନକୁ ଶେଷ କରିବା ପାଇଁ ସରକାରଙ୍କ ପକ୍ଷରୁ ବି ଉଦ୍ୟମ ଚାଲିଛି । କିନ୍ତୁ ସରକାର ବିଫଳ ହୋଇଛନ୍ତି । ଏହି ପର୍ୟ୍ୟାୟରେ ଆଜି କୃଷକ ସଂଗଠନ ଏବଂ ସରକାରଙ୍କ ମଧ୍ୟରେ ଆଲୋଚନା ହେବ । ଏହାପୂର୍ବରୁ, ଡିସେମ୍ବର ୧ ରେ ହୋଇଥିବା ଆଲୋଚନାରେ କୌଣସି ସମାଧାନ ମିଳି ନଥିଲା । ଆଜି ଏ ସଂକ୍ରାନ୍ତରେ ପଞ୍ଜାବର ସିଏମ କ୍ୟାପଟେନ୍‌ ଅମରିନ୍ଦର ସିଂ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବାକୁ ଯାଉଛନ୍ତି ।

Leave A Reply

Your email address will not be published.