oom

ହରିଶଙ୍କର ଛକ ନିକଟରେ ପୋଲିସ ଦ୍ୱାରା ଚଢାଉ : ୫ ଶିଶୁ ସହ ୧୧ ଦାଦନ ଶ୍ରମିକ ଉଦ୍ଧାର

jsmm

ଖପ୍ରାଖୋଲ, (ଜ୍ୟୋତି ରଂଜନ ପଣ୍ଡା) : ଖପ୍ରାଖୋଲ ଧଣ୍ଡାମୁଣ୍ଡା ରାସ୍ତା ହରିଶଙ୍କର ଛକଠାରେ ଖପ୍ରାଖୋଲ ପୋଲିସ ଚଢାଉ କରି ହାଇଦ୍ରାବାଦ୍‌କୁ ଚାଲାଣ ହେଉଥିବା ୫ ଶିଶୁ ସହ ୩ ଜଣ ମହିଳା ଓ ୩ ଜଣ ପୁରୁଷ ମୋଟ୍‌ ୧୧ ଜଣଙ୍କୁ ପୋଲିସ ଉଦ୍ଧାର କରିଛି । ସୂଚନା ଅନୁସାରେ ଉଦ୍ଧାର ସମସ୍ତ ଶମ୍ରିକ ମହରାପଦର ପଂଚାୟତ ଚାଉଲବାଂଜି ଗାଁର ବୋଲି ଜଣାପଡ଼ିଛି । ବୁଧବାର ଭୋର୍‌ ସକାଳୁ ଖପ୍ରାଖୋଲ ପୋଲିସ ପେଟ୍ରୋଲିଂ କରୁଥିବା ବେଲେ ଏକ ବୋଲେରୋ ଗାଡିରେ ଶିଶୁମାନଙ୍କ ସହ କିଛି ଲୋକ ଯାଉଥିବା ଦେଖି ଗାଡି ଅଟକାଇ ପଚରାଉଚୁରା କଲା ବେଳେ ସେମାନେ ଦାଦନ ସର୍ଦ୍ଦାର ମାଧ୍ୟମରେ ବେଆଇନ୍‌ ଭାବେ ଆନ୍ଧ୍ରପ୍ରଦେଶକୁ ଇଟା କାମ ପାଇଁ ଚାଲାଣ ହେଉଥିବା ଜାଣିବାକୁ ପାଇଥିଲେ । ସମସ୍ତ ଶ୍ରମିକଙ୍କୁ ଉଦ୍ଧାର କରି ନିଜ ଘରକୁ ପଠାଇ ଦେଇଥିବା ଜଣାପଡ଼ିଛି । ଏ ନେଇ ଖପ୍ରାଖୋଲ ଥାନା କେଶ ନଂ.୨୦୦/୨୦ରେ ଧାରା ୪୨୦,୩୭୪ ଓ ୨୫ ଆନ୍ତଃରାଜ୍ୟ ଦାଦନ ଶମିକ ସୁରକ୍ଷାରେ ଏକ ମାମଲା ରୁଜୁକରି ଦାଦନ ସର୍ଦ୍ଦାର ଲାଠୋର ଗାଁର ଟଙ୍କ ରଣା ଏବଂ ଜଲପାଙ୍କେଲ ଗାଁର ଲମ୍ବୋ ଦାସଙ୍କ ନାମରେ ମାମଲା ରୁଜୁ ହୋଇଥିବା ବେଳେ ସେମାନେ ଫେରାର୍‌ ହୋଇ ଯାଇଥିବା ଜଣାପଡ଼ିଛି । ତେବେ ବୋଲେରୋ ଗାଡିକୁ ଜବତ୍‌ କରାଯାଇଥିବା ଥାନା ଆଇ.ଆଇ.ସି. ଜ୍ୟୋତିରଂଜନ ପତି ପ୍ରକାଶ କରିଛନ୍ତି ।

jittmm
Leave A Reply

Your email address will not be published.