ଭାନପୁର ପଂଚାୟତରେ ନିମ୍ନମାନର ଚାଉଳ ଯୋଗାଣ ଅଭିଯୋଗ

ଖପ୍ରାଖୋଲ, (ଜ୍ୟୋତି ରଂଜନ ପଣ୍ଡା) : ଖପ୍ରାଖୋଲ ବ୍ଲକ ଭାନପୁର ପଂଚାୟତରେ ନିମ୍ନମାନର ଚାଉଳ ଯୋଗାଯାଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଗତ ରବିବାର ଯୋଗାଣ ବିଭାଗ ତରଫରୁ ଗରିବ କଲ୍ୟାଣ ଯୋଜନାରେ ହିତାଧିକାରୀଙ୍କୁ ସେପ୍ଟେମ୍ବର ଓ ଅକ୍ଟୋବର ମାସର ମାଗଣା ଚାଉଳ ଯୋଗାଇବା ପାଇଁ ୬୯୦ ବସ୍ତା ଚାଉଳ ଯୋଗାଯାଇଛି । ହେଲେ ଚାଉଳ ବାଂଟିବା ପୁର୍ବରୁ ଚାଉଳ ନାଲି ରଙ୍ଗର ଏବଂ ନିମ୍ନମାନର ହୋଇଥିବା ଜାଣି ସରପଂଚ ତ୍ରିନାଥ ବାରିକ ଅଭିଯୋଗ କରିଥିଲେ । ଏହାକୁ ଭିତ୍ତି କରି ଯୋଗାଣ ଅଧିକାରୀ ଚାଉଳ ଦେଖିବା ସହ ୧୨ ବସ୍ତା ଚାଉଳ ଖରାପ ଥିବା ଜାଣିବାକୁ ପାଇଥିବା କୁହାଯାଇଛି । ଏ ନେଇ ବ୍ଲକ୍‌ ଯୋଗାଣ ନିରୀକ୍ଷକ ରାଜାରାମ ହୋତାଙ୍କୁ ପଚାରିବାରୁ ୧୨ ବସ୍ତା ଖରାପ ଚାଉଳ ଦେଖାଯାଇଛି, ତାକୁ ବଦଲାଇବା ପାଇଁ ସିଏସ୍‌ଓଙ୍କୁ ଜଣାଇଥିବା ସେ କହିଛନ୍ତି ।

Leave A Reply

Your email address will not be published.