ହାଥ୍‌ରସ୍‌ ପୀଡିତାଙ୍କୁ ନ୍ୟାୟ ପ୍ରଦାନ ଦାବୀରେ ମହିଳା କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଉତ୍ତର ପ୍ରଦେଶ ଅନ୍ତର୍ଗତ ହାଥ୍‌ରସ୍‌ ଗଣ ଦୁଷ୍କର୍ମ ଘଟଣାରେ ପୀଡିତାଙ୍କ ପରିବାରଙ୍କୁ ନ୍ୟାୟ ପ୍ରଦାନ କରିବା ତଥା ଦୋଷୀକୁ ପ୍ରୋତ୍ସାହନ ଦେଉଥିବା ଯୋଗୀ ଓ ମୋଦୀ ସରକାରଙ୍କ ବରଖାସ୍ତ ଦାବୀରେ ଜିଲ୍ଲା ମହିଳା କଂଗ୍ରେସ କମିଟି ତରଫରୁ ସଭାନେତ୍ରୀ ମିଲନୀ ସାହୁଙ୍କ ଅଧ୍ୟକ୍ଷତାରେ ଏକ ଗଣ ବିକ୍ଷୋଭ କାର୍ଯ୍ୟକ୍ରମ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବୀପତ୍ର ମଧ୍ୟ ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ଆରତୀ ପ୍ରୀତି ନାଗ, ସାଇନୀ ଖାନ, କଳ୍ପନା ନାଗ, ମୀରା ନନ୍ଦଙ୍କ ସହ ଜିଲ୍ଲା କଂଗ୍ରେସ ଅଧ୍ୟକ୍ଷ ଦିଲିପ ବେହେରା, ଉପାଧ୍ୟକ୍ଷ ମନିଷ ମିଶ୍ର, ରାଜ୍ୟ କଂଗ୍ରେସ ସଂପାଦକ ଅଜୟ ବାଲି, ଟାଉନ କଂଗ୍ରେସ ସଭାପତି ବୁଲୁ ଦାନୀ, ଅସିତ ମିଶ୍ର, ସାନନ୍ଦ ମିଶ୍ର, ମାନସ ମହାନ୍ତି, ଦଳିତ ନେତା ବ୍ରଜ ବିହାରୀ ନାଗ, ସଂଜୟ ମିଶ୍ର, ବିଦ୍ୟୁତ କୁମ୍ଭାର, ଅଙ୍କିତ ସାହୁ, ଗୋବିନ୍ଦ ପଣ୍ଡା, ପବିତ୍ର ନେପାକ, ଜୁଲୁ ପଟ୍ଟନାୟକ, ଅନ୍ତ ମଛଖଣ୍ଡ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.