କଂଟାବାଂଜି ଟେଲିକମ୍‌ ଠିକା କର୍ମଚାରୀଙ୍କ ୧୧ ମାସ ହେଲା ଦରମା ବନ୍ଦ : କଂଟାବାଂଜି ଏସଡିଟିଏମ କାର୍ଯ୍ୟାଳୟକୁ ବନ୍ଦ କରିବା ଉଚ୍ଚ କର୍ତ୍ତୃପକ୍ଷଙ୍କ ମସୁଧା, ଠିକା କର୍ମଚାରୀଙ୍କ ଅଭିଯୋଗ

୨୬ ଦିନର ଦରମାରେ ୧୨ଦିନର ଦରମା ଏସଡିଓ ଲାଂଚ ନେଉଥିବା ଭଳି ସାଂଘାତିକ ଅଭିଯୋଗ
କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ଟେଲିକମ ସବ୍‌ ଡିଭିଜନରେ କାର୍ଯ୍ୟରତ କୁଶଳି ଓ ଅଣ କୁଶଳି ଠିକା କର୍ମଚାରୀଙ୍କୁ ୧୧ମାସ ହେଲା ଦରମା ଦିଆଯାଇ ନାହିଁ । ଏହାର ପ୍ରତିବାଦ କରି ଠିକା କର୍ମଚାରୀମାନେ ନିଜ କାର୍ଯ୍ୟରେ ଯୋଗ ଦେଉ ନ ଥିବାରୁ ଏକ ସପ୍ତାହ ବିତି ଯାଇଥିଲେ ସୁଦ୍ଧା କଂଟାବାଂଜିରେ ବିଏସଏନଏଲ ସେବା ସଂପୂର୍ଣ୍ଣ ଫେଲ ମାରିଛି । ଗତ ଗୁରୁବାର ଦିନରୁ ବିଏସଏନଏଲ ସେବା ବିପର୍ଯ୍ୟସ୍ତ ଯୋଗୁଁ ଉପଭୋକ୍ତାମାନେ ସଂପୃକ୍ତ ବିଭାଗୀୟ ଟେଲିକମ୍‌ ଜିଲ୍ଲା ମେନେଜର, କଂଟାବାଂଜି ଏସଡିଓ ଏବଂ ଜେଇ କଂଟାବାଂଜିଙ୍କୁ ଫୋନରେ ଯୋଗାଯୋଗ କରିଥିବା ବେଳେ ଫେ।।ନକୁ ବନ୍ଦ ରଖୁଥିବାରୁ କୌଣସି ମତାମତ ମିଳିପାରୁ ନାହିଁ, ଯଦ୍ୱାରା ଗୁରୁବାର ଦିନ ପୁନର୍ବାର ଉପଭୋକ୍ତାମାନେ ଏକ୍ସଚେଂଜକୁ ଯାଇ ହୋହାଲ୍ଲା କରିବା ମଧ୍ୟରେ ଉପସ୍ଥିତ ଥିବା ଜେଇ ଯଥାଶୀଘ୍ର ସମାଧାନ କରିବୁ ବୋଲି ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଅଫିସରେ କାର୍ଯ୍ୟରତ ଠିକା ଶ୍ରମିକମାନଙ୍କୁ ୧୧ ମାସର ଦରମା ନ ଦେଇ ଛଟେଇ କରୁଥିବା ମସୁଧା ଚଲାଇ ଥିବା ବିଷୟ ଶ୍ରମିକମାନେ ଅଭିଯୋଗ କରିଛନ୍ତି । ଏପରିକି ବର୍ତମାନର ଏସଡିଓ କଲ୍ୟାଣ ପଣ୍ଡା, କଂଟାବାଂଜି ସବ୍‌ ଡିଭିଜନକୁ ସଂପୂର୍ଣ୍ଣ ବନ୍ଦ କରି ସମସ୍ତଙ୍କୁ ଛଟେଇ କରି ଦେବା ଧମକ ଦେଉଥିବା କର୍ମଚାରୀମାନେ ଅଭିଯୋଗ କରିଛନ୍ତି । ପୁଣି ଠିକା ଶ୍ରମିକମାନଙ୍କ ମାସର ୨୬ ଦିନର ଦରମା ପାଇଁ ୧୨ ଦିନର ଦରମା ଲାଂଚ ଆକାରରେ ନେଉଥିବା ଅଭିଯୋଗ କରିଛନ୍ତି । କଂଟାବାଂଜି ଟେଲିକମ କାର୍ଯ୍ୟାଳୟରେ ସମସ୍ତ ଠିକା କର୍ମଚାରୀମାନେ ସମସ୍ତ ଦାୟିତ୍ୱ ତୁଲାଉ ଥିବାବେଳେ ରେଗୁଲାର କର୍ମଚାରୀ ନ ଥିବା କାର୍ଯ୍ୟାଳୟରେ ଠିକା କର୍ମଚାରୀ ମାନେ ଗତ ୧୯୮୨ ମସିହାରୁ ଦୈନିକ ମଜୁରିଆରୁ କାଜୁଏଲ ଲେବର ଦରମା ପାଇ ଆସୁଛନ୍ତି । ସେମାନେ ଦୀର୍ଘ ବର୍ଷ ହେଲା ବିଏସଏନଏଲ ସଂସ୍ଥାରେ କାମ କରି ଆସୁଥିଲେ ବି ସେମାନଙ୍କ ଇପିଏଫ ଟଙ୍କା କଟା ଯାଇ ସଂପୃକ୍ତ ସଂସ୍ଥାରେ ଜମା କରାଯାଉ ନଥିବା ଅଭିଯୋଗ ହୋଇଛି । ଏହାର ପ୍ରତିବାଦ କରି ଗତ ଗୁରୁବାର ଦିନଠାରୁ ଠିକା କର୍ମଚାରୀ ସନ୍ତୋଷ ବ।।ଗ, ମାଧବ ବଏ, ରେଶ ବାଗ, କାମଦେବ ବଛା, ସୁଚିନ୍ଦ୍ର ପନିକା, ଦାମା ଭଇଁଷାଳ, ଜଗନ୍ନାଥ ମେହେର, ମହେଶ ବାରିକ, ନାଥ ଜଗତ, ମନୋଜ ପାତ୍ର, ସୁକନାଥ ଘିଭେଲା ସହ ଦୁଇ ସଫେଇ କର୍ମଚାରୀ ପତନି ଜଗତ ଓ ନେପୁର ନାଗ କାର୍ଯ୍ୟ ବନ୍ଦ କରିଛନ୍ତି । ଉକ୍ତ ଠିକା କର୍ମଚାରୀମାନଙ୍କୁ ସରକାରଙ୍କ କୁଶଳି କର୍ମଚାରୀ ଦରମା ଦାବୀ ସହ ୧୧ମାସ ବକେୟା ଦରମା ଯଥାଶୀଘ୍ର ନ ଦେଲେ ପରିବାର ବର୍ଗ ଅଫିସ ସମ୍ମୁଖରେ ଆମରଣ ଅନଶନ କରିବା ପାଇଁ ବାଧ୍ୟ ହେବେ ବୋଲି ଆଜି ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.