csstore

ସାରା ବିଶ୍ୱରେ କୋଭିଡ଼-୧୯ ଭୂତାଣୁ ସଂକ୍ରମିତ କରାଇଥିବା ଚୀନ୍‌କୁ ବହୁତ ମହଙ୍ଗା ପଡ଼ିବ : ଟ୍ରମ୍ପ

ୱାଶିଂଟନ୍‌ : ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ଼ ଟ୍ରମ୍ପ ଚୀନ୍‌କୁ କଡ଼ା ଚେତାବନୀ ଦେଇ କହିଛନ୍ତି, ସାରା ବିଶ୍ୱରେ କୋଭିଡ-୧୯ ଭୂତାଣୁ ସଂକ୍ରମିତ କରାଇଥିବା ଚୀନ୍‌କୁ ଏଥିପାଇଁ ବହୁତ ମହଙ୍ଗା ପଡ଼ିବ । କରୋନା ସଂକ୍ରମଣରୁ ସୁସ୍ଥ ହେବା ପରେ ପରେ ଆର୍ମି ହସ୍‌ପିଟାଲ୍‌ରୁ ହ୍ୱାଇଟ୍‌ ହାଉସ୍‌ ଫେରି ଟ୍ରମ୍ପ ଓବଲ କାର୍ଯ୍ୟାଳୟ ବାହାରେ ‘ରୋଜ ଗାର୍ଡେନ’ରେ ପ୍ରସ୍ତୁତ ଏକ ଭିଡ଼ିଓ ଟ୍ୱିଟରରେ ଟ୍ରମ୍ପ ଚୀନ୍‌କୁ ସାରା ବିଶ୍ୱରେ କରୋନା ସଂକ୍ରମଣ ପାଇଁ ଚୀନ୍‌କୁ ପୁଣି ଦାୟୀ କରିଛନ୍ତି । ଏହି ସଂକ୍ରମଣରେ କାହାର ଭୁଲ ନାହିଁ । କେବଳ ଚୀନ୍‌ର ଭୁଲ ଅଛି । ଚୀନ୍‌ ଆମେରିକା ସହିତ ଅନ୍ୟ ଦେଶମାନଙ୍କ ସହ ଯାହା କରିଛି, ସେଥିପାଇଁ ତାକୁ ବହୁତ ବଡ଼ ମୂଲ୍ୟ ଦେବାକୁ ପଡ଼ିବ ।

jayashree
Leave A Reply

Your email address will not be published.