ବୀରନସିଂହପୁର ଠାରେ ଅଜଣା ଗାଡି ଧକ୍ଳାରେ ବୃ‌ଦ୍ଧ‌ଙ୍କ ମୃତ୍ୟୁ

ବୌଦ୍ଧ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା ଦେଇ ଯାଇଥିବା ଖୋର୍ଦ୍ଧା-ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥର ବୀରନସିଂହପୁର ଠାରେ ଆଜି ଭୋର୍ ସକାଳେ ଏକ ଅଜଣା ଗାଡି ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ସୁଚନା ଅନୁସାରେ ବୀରନସିଂହପୁର ଗ୍ରାମର ନିଳାଦ୍ରୀ ଭୋକ୍ତା (୫୨) ଆଜି ସକାଳୁ ରାସ୍ତାରେ ଯାଉଥିବା ସମୟରେ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇଥିଲା । ଫଳରେ ବୃଦ୍ଧ ଜଣକ ରାସ୍ତା ରେ ଛିଟିକିପଡି ଗୁରୁତର ହୋଇଥିଲେ । ପରେ ସ୍ଥାନୀୟ ଲୋକମାନଙ୍କ ସହାୟତାରେ ବୌଦ୍ଧ ଜିଲ୍ଲା ଡାକ୍ତରଖାନାକୁ ନିଆ ଯାଇଥିବା ସମୟରେ ବାଟରେ ତା‌ଙ୍କ ମୃତ୍ୟୁ ହୋଇଥିଲା ।

Leave A Reply

Your email address will not be published.