
- ଖେଳାଳି ନିଲାମୀରେ ୮ଟି ଦଳର ଅଂଶଗ୍ରହଣ, ୧୭ ହଜାର ୨୦୦ ଟଙ୍କାରେ ଚନ୍ଦନ ସିଂ ସର୍ବାଧିକ ଦାମୀ ଖେଳାଳି
ବାରିପଦା, (ଦେବସ୍ମିତ ଚୌଧୁରୀ) : ଷ୍ଟେସନ ଆଥଲେଟିକ୍ ଆସୋସିଏସନ୍ ଆନୁକୂଲ୍ୟରେ ଆସନ୍ତା ଜାନୁଆରୀ ୩ରୁ ୧୦ ତାରିଖ ପର୍ଯ୍ୟନ୍ତ ୧୨ତମ ରୟାଲ୍ସ ପ୍ରିମିୟର ଲିଗ୍ ଅନୁଷ୍ଠିତ ହେବ । ଷ୍ଟେସନ ଆଥଲେଟିକ୍ ଖେଳ ପଡ଼ିଆରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେବାକୁ ଥିବାବେଳେ ଏହାକୁ ନେଇ ଖେଳାଳି ଚୟନ ପ୍ରକ୍ରିୟା ଶେଷ ହୋଇଛି । ଏହି ଅବସରରେ ନଭେମ୍ବର ୨୫ ତାରିଖ ବୁଧବାର ଷ୍ଟାଡିୟମର ସମ୍ମିଳନୀ କକ୍ଷରେ ଖେଳାଳି ନିଲାମୀ ଅନୁଷ୍ଠିତ ହୋଇଥିଲା । ଆସୋସିଏସନର ଅଧ୍ୟକ୍ଷ ଗିରିଶ ଚନ୍ଦ୍ର ଦାସ ଏହି କାର୍ଯ୍ୟକ୍ରମକୁ ଔପଚାରିକ ଭାବେ ଉଦଘାଟନ କରିଥିଲେ । ନିଲାମୀ ପ୍ରକ୍ରିୟାରେ ମୋଟ ୮ଟି ଦଳ ଅଂଶଗ୍ରହଣ କରି ଖେଳାଳିମାନଙ୍କୁ ନିଜ ନିଜ ଦଳରେ ସାମିଲ କରିଥିଲେ । ନିଲାମୀରେ ସର୍ବାଧିକ ୧୭ ହଜାର ୨୦୦ ଟଙ୍କାରେ ଚନ୍ଦନ ସିଂଙ୍କୁ ସାଇ ସ୍ପୋର୍ଟିଂ ଦଳ ନିଜ ଦଳରେ ସାମିଲ କରିଥିଲା । ସେହିପରି ୧୩ ହଜାର ୪୦୦ ଟଙ୍କାରେ ସଞ୍ଜୀବ ମହାପାତ୍ରଙ୍କୁ ଗଇଐଇକଇଖ ଢଓ ଏବଂ ୧୩ ହଜାର ୨୦୦ ଟଙ୍କାରେ ପ୍ରୀତିଦେବ ଜେନାଙ୍କୁ ଠଜଙଇଜ ଦଳ ଚୟନ କରିଥିଲା । ଏହି ତିନିଜଣ ନିଲାମୀର ସର୍ବାଧିକ ମୂଲ୍ୟରେ ଚୟନିତ ଖେଳାଳି ହୋଇଛନ୍ତି । ଟୁର୍ଣ୍ଣାମେଣ୍ଟର ବିଜେତା ଦଳକୁ ନଗଦ ୧ ଲକ୍ଷ ୩୦ ହଜାର ଟଙ୍କା ସହ ଟ୍ରଫି ଏବଂ ଉପବିଜେତା ଦଳକୁ ୧ ଲକ୍ଷ ଟଙ୍କା ସହ ଟ୍ରଫି ପ୍ରଦାନ କରାଯିବ । ଏହି ଆକର୍ଷଣୀୟ ପୁରସ୍କାର ରାଶି ଯୋଗୁଁ ଲିଗ୍କୁ ନେଇ ଖେଳାଳି ଓ କ୍ରୀଡ଼ାପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି । ଲିଗ୍ର ସଭାପତି ସଞ୍ଜୀବ ଦ୍ୱିବେଦୀ ଓ ସମ୍ପାଦକ ଦେବାଶିଷ ପାତ୍ରଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ନିଲାମୀ କାର୍ଯ୍ୟକ୍ରମରେ ସଂଗଠନ ସମ୍ପାଦକ ରାମେଶ୍ୱର ମାଝୀ, ରାଜେଶ ସାହୁ, ଜିତେନ୍ଦ୍ର ନାୟକ, ବିରଞ୍ଚି ସେଠୀ, ପ୍ରଶାନ୍ତଜିତ ମହାନ୍ତି, ଅବିନାଶ କଲିଆଙ୍କ ସମେତ କିଶୋର ମହାପାତ୍ର, ସବ୍ୟସାଚୀ ମହାପାତ୍ର, ପିଣ୍ଟୁ ପାତ୍ର, କରୁଣା ମହାପାତ୍ର, ଶୁଭମ ଶାନ୍ତରା ଓ ମନ୍ଥନ ଶାନ୍ତରା ପ୍ରମୁଖ ଉପସ୍ଥିତ ଥିଲେ । କେ. ପଙ୍କଜ ମହାକୁଡ଼ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।