csstore

ବନ୍ଧପଡ଼ାରେ ‘ଓଡ଼ିଶା ମୋ ପରିବାର’ର ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ : ସଂଗ୍ରହ ହେଲା ୫୪ ୟୁନିଟ ରକ୍ତ

ଦେଓଗାଁ, (ମନୀଷ କୁମାର ସାହୁ) : ପବିତ୍ର ଗାନ୍ଧୀ ଜୟନ୍ତୀ ଠାରୁ ବଲାଙ୍ଗିର ନିର୍ବାଚନ ମଣ୍ଡଳୀରେ ଆରମ୍ଭ ହୋଇଥିବା ସପ୍ତାହ ବ୍ୟାପୀ ରକ୍ତଦାନ ଜୀଵନ ବିନ୍ଦୁ କାର୍ଯ୍ୟକ୍ରମ ଦେଓଗାଁ ବ୍ଲକ ବନ୍ଧପଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ବୁଧୁବାର ଦିନ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ମୋ ପରିବାରର ଜୀଵନ ବିନ୍ଦୁ କାର୍ୟ୍ୟକ୍ରମଟି ଦେଓଗାଁ ବ୍ଲକ ବିଜେଡି ସଭାପତି ସୁଶୀଲ ଚାନ୍ଦଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । ଏହି ରକ୍ତ ଦାନ କାର୍ଯ୍ୟକ୍ରମକୁ ବଲାଙ୍ଗିର ଜିଲ୍ଲା ବିଜେଡି ଯୁବ ସଭାପତି ରାଜେନ୍ଦ୍ର ହୋତା, ଦେଓଗାଁ ବ୍ଲକ ଯୁବ ସଭାପତି ଶୈଳେନ୍ଦ୍ର ସାହୁ, ଦେଓଗାଁ ବ୍ଲକ ସରପଞ୍ଚ ସଂଘ ସଭାପତି ଦୟାନିଧି ଖମାରୀ, ବିଜେଡି ଆଇଟି ସେଲର ବିଭୁତି ଭୂଷଣ ମିଶ୍ର ଯୋଗ ଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ଏଥିରେ ୫୪ ଜଣ ବିଜୁ ପ୍ରେମୀ ରକ୍ତଦାନ କରିଥିଲେ । ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଗୋପାଳ ଚନ୍ଦ୍ର ମିଶ୍ର, ପୂର୍ବତନ ସରପଞ୍ଚ ଅନ୍ତଯ୍ୟାମୀ ଭୋଇ, ଗୋପାଳ ସିଂ ନିନା, ଦୀପକ ବେହେରା, ଅଚ୍ୟୁତ ମିଶ୍ର, ନବୀନ କାଳସାଏ, ପରିଚାଳନା କରିଥିଲେ। ଡ଼ା ଚନ୍ଦ୍ରଶେଖର ମହାପାତ୍ରଙ୍କ ନେତୃତ୍ୱରେ ବଲାଙ୍ଗିର ରକ୍ତ ଭଣ୍ଡାରର କର୍ମଚାରୀମାନେ ରକ୍ତ ସଂଗ୍ରହ କରିଥିଲେ ।

jayashree
Leave A Reply

Your email address will not be published.