ଆସନ୍ତା ମାସରୁ ବ୍ରିଟେନ୍‌ରେ ମିଳିପାରେ କରୋନା ଭାଇରସ୍‌ ଟୀକା

ଲଣ୍ଡନ : ସାରା ବିଶ୍ୱ ଏବେ କରୋନା ସହ ଲଢ଼ୁଛି । ଏମିତି ସମୟରେ ଏକ ଭଲ ଖବର ସାମ୍ନାକୁ ଆସୁଛି । ବ୍ରିଟେନ୍‌ରେ ଆସନ୍ତା ମାସରୁ କରୋନା ଭାଇରସ୍‌ ଭେକ୍‌ସିନ୍‌ ଦିଆଯିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ବ୍ରିଟେନ୍‌ ହେଲ୍‌ଥ ସିଷ୍ଟମ୍‌ ପକ୍ଷରୁ କ୍ରିସମସ ପର୍ଯ୍ୟନ୍ତ ଦେଶର ୫ଟି ସ୍ଥାନରେ ଭେକ୍‌ସିନ୍‌ ସୁବିଧା ପ୍ରଦାନ ପାଇଁ କାମ ନିଷ୍ପତ୍ତି ନିଆଯାଇଛି । ଏଥିପାଇଁ ଏନ୍‌ଏଚ୍‌ଏମ୍‌ର ହଜାର ହଜାର କର୍ମଚାରୀ ଏଇ ସ୍ଥାନଗୁଡ଼ିକରେ ମୁତୟନ ହେବେ । ଯୋଜନା ଅନୁସାରେ ପ୍ରତିଦିନ ଅତିକମ୍‌ରେ ୧୦ ହଜାର ଲୋକଙ୍କୁ ଦିଆଯିବ କରୋନା ଟୀକା । ବ୍ରିଟେନ୍‌ର ସମ୍ବାଦପତ୍ର ‘ଦ ସନ୍‌’ର ରିପୋର୍ଟ ଅନୁସାରେ ଟୀକାକରଣ ସମୟରେ କରୋନା ଭାଇରସ ସଂକ୍ରମଣରେ ବେଶୀ ଅସୁବିଧାର ସମ୍ମୁଖୀନ ହେଉଥିବା ଲୋକଙ୍କୁ ପ୍ରଥମେ ଟୀକା ଦିଆଯିବ । ଟୀକା ଲଗାଇବା ପାଇଁ ଲିଡ଼୍‌ସ୍‌, ହଲ୍‌ ଏବଂ ଲଣ୍ଡନରେ ସେଣ୍ଟର ତିଆରି କରାଯିବ । ଏହି କେନ୍ଦ୍ରଗୁଡ଼ିକରେ ଟ୍ରେନି ନର୍ସ ଏବଂ ପାରାମେଡ଼ିକ୍ସ ମାନଙ୍କୁ ନିଯୁକ୍ତ କରାଯିବା ସହ ମୋବାଇଲ୍‌ ୟୁନିଟ୍‌କୁ ମଧ୍ୟ ପ୍ରସ୍ତୁତ କରାଯିବ, ଯାହାଫଳରେ ଆବଶ୍ୟକ ଲୋକ ଏବଂ କେୟାର୍‌ ହୋମ୍‌ ପର୍ଯ୍ୟନ୍ତ ଟୀକା ପହଂଚି ପାରିବ ।

Leave A Reply

Your email address will not be published.