ଗତ ୨୪ ଘଂଟାରେ ଓଡ଼ିଶାରେ ୩୧୪୪ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟାରେ ଓଡ଼ିଶାରେ ୩୧୪୪ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସେମାନଙ୍କ ମଧ୍ୟରୁ ୧୮୨୫ ଜଣ କ୍ୱାରେନ୍‌ଟାଇନ୍‌ରୁ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି ୧୩୧୯ ଜଣ । ଜିଲ୍ଲା ଅନୁସାରେ ଅନୁଗୁଳରୁ ୧୨୮, ବାଲେଶ୍ୱରରୁ ୭୨, ବରଗଡ଼ରୁ ୯୪, ଭଦ୍ରକରୁ ୧୦୧, ବଲାଙ୍ଗିରରୁ ୮୬, ବୌଦ୍ଧରୁ ୧, କଟକରୁ ୨୪୩, ଦେବଗଡ଼ାରୁ ୨୪, ଢେଙ୍କାନାଳରୁ ୭୩, ଗଜପତିରୁ ୯, ଗଂଜାମରୁ ୩୮, ଜଗତସିଂହପୁରରୁ ୭୭, ଯାଜପୁରରୁ ୧୦୧, ଝାରସୁଗୁଡ଼ାରୁ ୮୩, କଳାହାଣ୍ଡିରୁ ୧୨୪, କନ୍ଧମାଳରୁ ୧୧୬, କେନ୍ଦ୍ରାପଡ଼ାରୁ ୮୨, କେଉଁଝରରୁ ୬୩, ଖୋର୍ଦ୍ଧାରୁ ୫୬୨, କୋରାପୁଟରୁ ୩୭, ମାଲକାନଗିରିରୁ ୨୮, ମୟୁରଭଂଜରୁ ୧୧୫, ନବରଙ୍ଗପୁରରୁ ୧୦୭, ନୟାଗଡ଼ରୁ ୫୮, ନୂଆପଡ଼ାରୁ ୧୧୪, ପୁରୀରୁ ୧୨୨, ରାୟଗଡ଼ାରୁ ୨୯, ସମ୍ବଲପୁରରୁ ୧୩୬, ସୋନପୁରରୁ ୮୬, ସୁନ୍ଦରଗଡ଼ରୁ ୧୦୫, ଷ୍ଟେଟ୍‌ ପୁଲ୍‌ ୧୩୦ ଜଣ କରୋନା ଆକ୍ରାନ୍ତ ହୋଇଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ସମୁଦାୟ ପଜିଟିଭ୍‌ ୨୪୪୧୪୨ ବାହାରିଥିବା ବେଳେ ସେମାନଙ୍କ ମଧ୍ୟରୁ ୨୯୪୪୩ ଜଣ ଏକ୍‌ଟିଭ୍‌ ରହିଥିବା କୁହାଯାଇଛି । ୩୬୧୯୫୦୯ ଜଣଙ୍କ ପରୀକ୍ଷଣ ହୋଇଥିବା ବେଳେ ୨୧୩୬୭୨ ଜଣ କରୋନାକୁ ପରାସ୍ତ କରି ସୁସ୍ଥ ହୋଇଛନ୍ତି ।

Leave A Reply

Your email address will not be published.