ଟ୍ରମ୍ପ୍‌ଙ୍କ ଘୋଷଣା : ଖ୍ରୀଷ୍ଟମସ୍‌ ପର୍ଯ୍ୟନ୍ତ ଆଫ୍‌ଗାନିସ୍ଥାନରୁ ହଟିଯିବେ ଆମେରିକା ସେନା

ୱାଶିଂଟନ୍‌ : ଆଫଗାନିସ୍ଥାନ ଉପରେ ଆକ୍ରମଣର ୧୯ ବର୍ଷ ପୂରି ଯିବା ପରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ଗତକାଲି ଘୋଷଣା କରିଛନ୍ତି ଯେ, ଆଗାମୀ ଖ୍ରୀଷ୍ଟ୍‌ମସ ପର୍ଯ୍ୟନ୍ତ ଆଫ୍‌ଗାନିସ୍ଥାନରୁ ହଟିଯିବେ ଆମେରିକା ସେନା । ରାଷ୍ଟ୍ରପତି ଟ୍ରମ୍ପ୍‌ ଟ୍ୱିଟ୍‌ କରି କହିଛନ୍ତି ଯେ, ଆମେରିକାର ଜନସାଧାରଣଙ୍କୁ ଏହା ଅପେକ୍ଷା କରିବାକୁ ପଡ଼ିବ, ଆଗାମୀ ୨୫ ଡିସେମ୍ବର ପର୍ଯ୍ୟନ୍ତ ଆଫ୍‌ଗାନିସ୍ଥାନରେ ବାକି ଥିବା ଆମେରିକୀୟ ସେନା ଫେରି ଆସିବେ । ଏହାପୂର୍ବରୁ ବୁଧବାର ଦିନ ହ୍ୱାଇଟ୍‌ ହାଉସ୍‌ର ନେସ୍‌ନାଲ୍‌ ସିକ୍ୟୁରିଟି ଆଡ଼୍‌ଭାଇଜର ରାବର୍ଟ ଓ ବ୍ରାୟନ କହିଥିଲେ ଯେ, ୨୦୨୧ର ପ୍ରାରମ୍ଭ ପର୍ଯ୍ୟନ୍ତ ଆଫ୍‌ଗାନିସ୍ଥାନରେ ସନ୍ତୋଷଜନକ ସଂଖ୍ୟାରେ କମ୍‌ କରି ଦିଆଯିବ । ସେ ସ୍ପଷ୍ଟ କରିଥିଲେ ଯେ, ଯେତେବେଳେ ରାଷ୍ଟ୍ରପତି ଟ୍ରମ୍ପ୍‌ କାର୍ଯ୍ୟଭାର ସମ୍ଭାଳିଥିଲେ ସେତେବେଳେ ଆଫ୍‌ଗାନିସ୍ଥାନରେ ୧୦ ହଜାର ସୈନିକ ଥିଲେ । ଏବେ ୫ ହଜାର ଅଛନ୍ତି । ଆଗାମୀ ବର୍ଷ ପ୍ରାରମ୍ଭରେ ଏହା ୨୫ ଶହରେ ପହଂଚିବ ।

Leave A Reply

Your email address will not be published.