jayashree

ବୀରମୁଣ୍ଡାରେ ପାୱାର୍‌ ଗ୍ରୀଡ଼୍‌ କର୍ପୋରେସନ୍‌ ଅଫ୍‌ ଇଣ୍ଡିଆ ଲିମିଟେଡ଼୍‌ ବଲାଙ୍ଗିର ସବ୍‌ସେଷ୍ଟସନ ପକ୍ଷରୁ ଗ୍ରାମସଭା ଆୟୋଜିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ୍‌ ଅନ୍ତର୍ଗତ ବୀରମୁଣ୍ଡା ଗ୍ରାମରେ ପାୱାର ଗ୍ରୀଡ଼୍‌ କର୍ପୋରେସନ୍‌ ଅଫ୍‌ ଇଣ୍ଡିଆ ଲିମିଟେଡ଼୍‌ ବଲାଙ୍ଗିର ସବ୍‌ଷ୍ଟେସନ୍‌ ପକ୍ଷରୁ ଏକ ଗ୍ରାମସଭା ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ବରିଷ୍ଠ ଉପ ମହାପ୍ରବନ୍ଧକ ସିନିଅର୍‌ ଡିଜିଏମ୍‌ ପିଣ୍ଟୁ ସୁବିଦ୍ଧି, ସହାୟକ ପ୍ରବନ୍ଧକ ପ୍ରମୋଦ କୁମାର ପଧାନ, କନିଷ୍ଠ ଯନ୍ତ୍ରୀ ଦେବାଶିଷ ବେହେରା, ବୀରମୁଣ୍ଡା ସରପଞ୍ଚ ଶୁକ୍ରୁ ମହାନନ୍ଦ ଏବଂ ୱାର୍ଡ ସଦସ୍ୟ ନଲରାଜ ପଟେଲ ଉପସ୍ଥିତ ଥିଲେ । ସଭା ଅବସରରେ ଉପସ୍ଥିତ ଅତିଥିମାନେ ଜନସାଧାରଣଙ୍କୁ ସମ୍ବୋଧନ କରି ସ୍ୱଚ୍ଛତା, ସତ୍ୟତା ଏବଂ ଦୁର୍ନୀତି ନିରାକରଣ ପାଇଁ ସାମୁହିକ ପ୍ରୟାସର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ସେମାନେ ଗ୍ରାମବାସୀଙ୍କୁ ସଚେତନ ରହିବା ସହ ସୁଶାସନ, ନୈତିକ ମୂଲ୍ୟବୋଧ ଏବଂ ଦୁର୍ନୀତି ବିରୋଧୀ ପଦକ୍ଷେପକୁ ସମର୍ଥନ କରିବା ପାଇଁ ଆହ୍ୱାନ କରିଥିଲେ । ‘ଦୁର୍ନୀତିମୁକ୍ତ ସମାଜ ଗଠନ ପାଇଁ ସମସ୍ତଙ୍କ ସକ୍ରିୟ ସହଯୋଗ ଓ ସଚେତନତା ଅତ୍ୟାବଶ୍ୟକ’ ଭଳି ଏକ ବିଶେଷ ବାର୍ତ୍ତା ଏହି କାର୍ଯ୍ୟକ୍ରମ ଜରିଆରେ ଜନସାଧାରଣଙ୍କୁ ଅବଗତ କରାଯାଇ ପାରିଥିବା ବିଶ୍ୱାସ କରାଯାଇଛି ।

Leave A Reply

Your email address will not be published.