pakka

ନିଜକୁ ସିବିଆଇ ଅଫିସର କହି ଲୋକଙ୍କୁ ଠକୁଥିଲା : କାବୁ କଲା ପୋଲିସ

bbehera

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ନିଜକୁ ସିବିଆଇ ଅଫିସର କହି ଲୋକଙ୍କୁ ଠକୁଥିବା ନକଲି ସିବିଆଇ ଅଫିସରକୁ ପୋଲିସ କାବୁ କରିଥିବା ଜଣାପଡିଛି । ସିବଆଇ ଅଫିସରର ମିଥ୍ୟା ପରିଚୟ ଦେଇ ଲୋକଙ୍କୁ ଠକିବା ଅଭିଯୋଗରେ ତମାଣ୍ଡୋ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପହିଛି । ଗିରଫ ହୋଇଥିବା ନକଲି ସିବିଆଇ ଅଫିସର ନିଖିଲ ସ୍ବାଇଁ ବୋଲି ଜଣାପଡିଛି । ଅଭିଯୋଗ ଅନୁସାରେ ନିଜକୁ ସିବିଆଇ ଅଫିସର କହି ଲୋକଙ୍କ ଠାରୁ ଟଙ୍କା ଲୁଟୁଥିଲେ । ବିଶେଷ କରି ଭଡା ଗାଡିରେ ଯାତାୟାତ କରୁଥିବା ଲୋକଙ୍କୁ ଟାର୍ଗେଟ କରି ସେ ଟଙ୍‌ଙ୍କା ଲୁଟୁଥିବା ବେଳେ ତାଙ୍କ ସହ ଠକେଇରେ ଏକାଧିକ ଡ୍ରାଇଭରଙ୍କ ସମ୍ପୃକ୍ତି ଥିବା ପୋଲିସ ସନ୍ଦେହ କରୁଛି । ଲୋକମାନଙ୍କୁ ସାହାଯ୍ୟ କରିବା କହି ଟଙ୍କା ମାଗୁଥିଲେ । ତମାଣ୍ଡୋ ଅଞ୍ଚଳର ଜଣେ ଲୋକଙ୍କୁ ଶସ୍ତାରେ ଅପରେସନ୍‌ କରାଇ ଦେବା କଥା କହି ୩୦ ହଜାର ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି ।

jay balangir
Leave A Reply

Your email address will not be published.

2 + 19 =

error: Content is protected !!