pakka

ମାହେଶ୍ୱରୀ ସଂଗଠନର ପଞ୍ଚମ ବାର୍ଷିକ ଉତ୍ସବ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜଣାଶୁଣା ସମାଜିକ ଅନୁଷ୍ଠାନ ମାହେଶ୍ୱରୀ ସଂଗଠନ ଆଜି ସ୍ଥାନୀୟ ଆଇନ ମହାବିଦ୍ୟାଳୟ ପରିସରରେ ତାର ପଞ୍ଚମ ବାର୍ଷିକ ଉତ୍ସବ ପାଳନ କରିଛି । ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ରାଜ୍ୟ ବରିଷ୍ଠ ସାଧାରଣ ସଂପାଦକ ବିଜୁଜନତା ଦଳ ତଥା ପୂର୍ବତନ ବଲାଙ୍ଗିର ସାଂସଦ କଳିକେଶ ନାରାୟଣ ସିଂଦେଓ, ସାଧାରଣ ସଂପାଦକ ଓଡିଶା କଂଗ୍ରେସ ତଥା କୋ ଫାଉଣ୍ଡର ଓଭୋ ଫାର୍ମ ସମରେନ୍ଦ୍ର ମିଶ୍ର ତଥା ବିକାଶ ଗ୍ରୁପ ଅଫ୍‌ ଇନଷ୍ଟିଚ୍ୟୁସନ ଆଣ୍ଡ ବିକାଶ ମଲଟି ସ୍ପେସିଆଲିଷ୍ଟ ହସପିଟାଲର ମୁଖ୍ୟ ଡ. ମୁରଲି କ୍ରିଷ୍ଣାଙ୍କ ସହ ଅନୁଷ୍ଠାନର ଉପଦେଷ୍ଟା ଲୋଟସ ଷଡଙ୍ଗୀ, ବ୍ୟାସଦେବ ନନ୍ଦ, ଦିନେଶ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ । ସମସ୍ତ ବଲାଙ୍ଗିରବାସୀଙ୍କୁ ବ୍ୟକ୍ତିଗତ ଭାବେ ଏହିଭଳି ଅନୁଷ୍ଠାନକୁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗର ହାତ ବଢାଇବାକୁ ବକ୍ତବ୍ୟ ମାଧ୍ୟମରେ ଆହ୍ୱାନ କରିଥିଲେ ଯୁବନେତା ସମରେନ୍ଦ୍ର ମିଶ୍ର । ଆଜିର ସମୟରେ ସମସ୍ତ ବ୍ୟକ୍ତି ତଥା ପରିବାର ସ୍ୱକେନ୍ଦ୍ରୀତ ବା ନଉକ୍ଲିୟର ଫ୍ୟାମିଲି କନସେପ୍ଟକୁ ନେଇ ବଞ୍ଚିଥିବା ବେଳେ ଏଭଳି ସଂଗଠନ କିଭଳି ସମାଜ ପାଇଁ ଅବଶ୍ୟକ ତାହା ଉପସ୍ଥାପନ କରିଥିଲେ ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂଦେଓ । ଅନ୍ୟତମ ଅତିଥି ମୁରଲି କ୍ରିଷ୍ଣା ବକ୍ତବ୍ୟ ମାଧ୍ୟମରେ ସମସ୍ତ ଯୁବକ ବନ୍ଧୁମାନଙ୍କୁ ଉତ୍ସାହିତ କରିବା ସହ ଆହୁରି କିଭଳି ସଂଗଠିତ ହୋଇପାରିବେ, ତାର ଗୁରୁମନ୍ତ୍ର ଦେଇଥିଲେ । ମାହେଶ୍ୱରୀ ସଂଗଠନର ପରିଚାଳନା ନିର୍ଦ୍ଦେଶକ ଅଙ୍କୁଶ ପାଣ୍ଡିଆ ସ୍ୱାଗତ ଭାଷଣ ଦେବା ସହ ଅନୁଷ୍ଠାନର ଲକ୍ଷ୍ୟ ତଥା ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ସମାଜ ପ୍ରତି ଉତ୍ସର୍ଗିକୃତ କିଛି ବ୍ୟକ୍ତି ବିଶେଷଙ୍କୁ ସେବା ସମ୍ମାନ ପ୍ରଦାନ କରାଯାଇଥିଲା, ସେମାନେ ହେଲେ ରଂଜିତ ମହାନ୍ତି, ଶିବ ନାରାୟଣ ବହିଦାର, ଡା. ସୁରେନ୍ଦ୍ର ଭୋଇ, ପ୍ରଗତି ପୁଟେଲ, ଜ୍ୟୋସ୍ନାମୟୀ ତାଣ୍ଡି, ଶତୃଘ୍ନ ବେହେରା ଏବଂ ରୋଟାରୀ ଇଲାଇଟ । ପେଷାରେ ଜଣେ ଉଚ୍ଚ ବେତନ ପ୍ରାପ୍ତ ଚିକିତ୍ସକ ହେଲେ ମଧ୍ୟ ପରିବେଶ ପ୍ରତି ନିଜ ଦାୟିତ୍ୱ ବୋଧ ପ୍ରତିପାଦନ କରି ପ୍ଲାଷ୍ଟିକ ମୁକ୍ତ ସମାଜର ସ୍ୱପ୍ନ ଦେଖିଥିବା ଡା. ମନମୋହନ ବାଗଙ୍କୁ ଚଳିତ ବର୍ଷ ଅନୁଷ୍ଠାନ ସର୍ବୋଚ୍ଚ ସମ୍ମାନ “ଲଳିତ ନାୟକ ସେବା ସମ୍ମାନ” ପ୍ରଦାନ କରାଗଲା । ମାହେଶ୍ୱରୀ କୁଡାସିଂହା, ଆଗଲପୁର, ତରଭା ପ୍ରଭୃତି ଶାଖା ସହ ସୋନପୁରରୁ ଆସିଥିବା ସ୍ୱଚ୍ଛ ଭାରତ ସଂଗଠନର ସଭ୍ୟମାନଙ୍କୁ ମାନପତ୍ର ଉପଢୈାକନ ଦେଇ ସମ୍ମାନିତ କରାଯାଇଥିଲା । ଅନୁଷ୍ଠାନର ଅନ୍ୟତମ ଉପଦେଷ୍ଟା ଡା. ଲଳିତ କୁମାର ସାହୁ ସଭା ପରିଚାଳନା କରିଥିବା ବେଳେ ସଭାପତି ଶୋଭନ କୁମାର ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିଲେ । ଶହ ଶହ ସଂଖ୍ୟାରେ ଦର୍ଶକ ଶେଷ ପର୍ଯ୍ୟନ୍ତ ଉପସ୍ଥିତ ରହି ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିଥିଲେ ।

jay balangir
Leave A Reply

Your email address will not be published.

16 − seven =